Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁନା ଦର ଲକ୍ଷେ ଟପିବ !

Smruti Parija
Browse all articles by Smruti Parija
·1 year ago·1 min read
ସୁନା ଦର ଲକ୍ଷେ ଟପିବ !

ଆଜି ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୪୦ ଟଙ୍କା ବୃଦ୍ଧି ହୋଇଛି । ଏଥି ସହିତ ସୁନା ଦର ୯୭ ହଜାର ୩୧୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୧୦୫୦ ଟଙ୍କା ବଢ଼ି ୮୯ ହଜାର ୨୦୦ ଟଙ୍କା ହୋଇଛି । ସୁନା ଦର ପ୍ରତିଦିନ ନୂଆ ରେକର୍ଡ କରୁଛି । ଏପରି ସୁନା ଦର ବୃଦ୍ଧିକୁ ନେଇ ସୁନା କିଣିବାକୁ ଲୋକେ ଡରିଲେଣି । ବାହାଘର ଋତୁରେ ଏମିତି ଭାବରେ ସୁନା ଦର ବଢୁଛି ଯେ ଲୋକେ ଦୁଇଟା ହାର ଦେବା ଜାଗାରେ ଗୋଟିଏ ଦେଉଛନ୍ତି ।


ଏପରିକି ବନ୍ଦାଣରେ ମଧ୍ୟ ସୁନା ଦେବାକୁ ଲୋକେ ଡରିଲେଣି । ସୁନା ବଦଳରେ ଟଙ୍କା ନହେଲେ ଅନ୍ୟକିଛି ସାମାନ ଦେଇ କାମ ଚଳେଇ ଦେଉଛନ୍ତି ଲୋକେ । ବିବାହ ଋତୁରେ ସୁନା ଦର ବୃଦ୍ଧି ଗ୍ରାହକଙ୍କୁ ସବୁଠୁ ବଡ ଟେନସନ୍ ଦେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ଅଧିକରୁ ଅଧିକ ସୁନା କିଣୁଛନ୍ତି । ଫଳରେ ସୁନା ଦର ଏପରି ଉପରମୁହାଁ ରହୁଛି । ସେହିପିର ଟ୍ରମ୍ପଙ୍କ ଟାରିଫ୍ ୱାର୍ ମଧ୍ୟ ସୁନା ଦର ବୃଦ୍ଧିର ଆଉ ଏକ କାରଣ । ଯଦି ଏମିତି ସ୍ଥିତି ଲାଗି ରୁହେ ତେବେ ଆର ସପ୍ତାହରେ ସୁନା ଦର ଲକ୍ଷେ ଟପିବ ।


ସୁନା ଦର ବୃଦ୍ଧି ବିଶେଷ କରି ଗରିବ ଓ ମଧ୍ୟବିତ୍ତଙ୍କୁ ବେଶୀ ବାଧୁଛି । ଫଳରେ ବିକଳ୍ପ ଭାବେ ଲୋକେ ୱାନ୍ ଗ୍ରାମ୍ ଗୋଲ୍ଡରେ କାମ ଚଳେଇ ଦେଉଛନ୍ତି ।


Sponsored
prediction-gold-price-expected-to-cross-1-lakh-from-next-week | Argus News