Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ, ରୋଗୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ, ରୋଗୀ

Key Points

ଡାହାବାଲି ଗାଁକୁ ନାହିଁ ରାସ୍ତା
ରାସ୍ତା ନଥିବାରୁ ଆସିପାରୁନି ଆମ୍ବୁଲାନ୍ସ
ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ, ରୋଗୀ
ନାହିଁ ନଳକୂପ, ପାଣି ପାଇଁ ହନ୍ତସନ୍ତ ଲୋକେ
ଆବାସରୁ ବଞ୍ଚିତ ଡାହାବାଲିବାସୀ

କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ଡାହାବାଲି ଗାଁର ବସବାସ କରନ୍ତି କୁଟିଆ କନ୍ଧମାନେ । ଗାଁକୁ ଯିବାକୁ ହେଲେ କୌଣସି ରାସ୍ତା ହିଁ ନାହିଁ । ଘଞ୍ଚ ଜଙ୍ଗଲ ଭିତରେ ଚାଲି ଚାଲି ଯିବାକୁ ହୁଏ । ଗାଁର କୋଡିଏଟି ପରିବାର ବସବାସ କରନ୍ତି । ପୁରୁଷ ପୁରୁଷ ଧରି ଏହି ଘଞ୍ଚ ଜଙ୍ଗଲ ଭିତରେ ବସବାସ କରୁଛନ୍ତି । ହେଲେ ଗାଁକୁ ରାସ୍ତାଟିଏ ନଥିବାରୁ, ସରକାର ଦେଉଥିବା ସମସ୍ତ ଯୋଜନାରୁ ବଞ୍ଚିତ ଏମାନେ । ପଞ୍ଚାୟତ ଅଫିସରୁ ରାସନ ଚାଉଳ ଆଣିବାକୁ ହେଲେ, ମୁଣ୍ଡିଆ ଚଢ଼ି ୮ କିଲୋମିଟର ଗଲେ ଆଣନ୍ତି ମୁଣ୍ଡରେ ବୋହି ବୋହି । ରାସ୍ତା ନଥିବାରୁ ଗାଁକୁ ଆସି ପାରୁନି ଆମ୍ବୁଲାନ୍ସ । ଗର୍ଭବତୀ କିମ୍ବା ରୋଗୀଙ୍କୁ ମେଡିକାଲ ନେବାକୁ ହେଲେ ଖଟିଆରେ ବୋହି ନେବାକୁ ପଡ଼େ । 2022-23 ଆର୍ଥିକ ବର୍ଷରେ ଜଙ୍ଗଲ ଭିତରେ ଗାଁକୁ ରାସ୍ତାଟିଏ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଫଳକଟି ଛଡ଼ା, ରାସ୍ତାର ଚିହ୍ନ ହିଁ ନାହିଁ ।

ଖାଲି ଏତିକିରେ ସରିନି ଏମାନଙ୍କ ଦୁଃଖ । ଗାଁରେ ନଳକୂପଟିଏ ନାହିଁ । ଝରଣାର ପାଣିକୁ ଗାଁ ଲୋକ ନିଜ ହାତରୁ ଖର୍ଚ୍ଚ କରି, ଗାଁ ମୁଣ୍ଡ ଯାଏଁ ପାଇପ ଯୋଗେ ଆଣିଛନ୍ତି । ଗାଧୁଆ, ଖିଆ ପିଆ ପାଇଁ ସେଇ ଝରଣା ପାଣି ବ୍ୟବହାର କରିଥାନ୍ତି । ତେବେ ପ୍ରାଥମିକ ଶିକ୍ଷାରୁ ପ୍ରାୟ ପିଲା ବଞ୍ଚିତ । ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ । ପାଠ ପଢ଼ିବାକୁ ହେଲେ ବେଲଘର ଆଶ୍ରମ ବିଦ୍ୟାଳୟରେ ପିଲାମାନେ ରହି ପାଠ ପଢନ୍ତି । ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ଏଠାକାର ହିତାଧିକାରୀ । ସାଂସଦ, ବିଧାୟକଙ୍କ କଥା ଛାଡନ୍ତୁ ସରପଞ୍ଚଙ୍କ ମଧ୍ୟ କେବେ ଏହି ଗାଁରେ ପାଦ ପଡ଼ିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପଞ୍ଚାୟତଠାରୁ ବ୍ଲକ ଅଫିସ ଦୌଡି ଦୌଡି ନୟାନ୍ତ ହେଲେଣି ଏମାନେ, କିନ୍ତୁ କେହି କର୍ଣ୍ଣପାତ କରୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pregnant-and-sick-people-are-being-carried-on-stretcher | Argus News