ପୁଣି ଖଟିଆର ପୁନରାବୃତ୍ତି, ୬ କି.ମି ବୁହା ହେଲେ ଗର୍ଭବତୀ

Key Points
ପୁଣି ଥରେ ଖଟିଆର ପୁନରାବୃତ୍ତି
କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବୁହା ହେଲେ ଗର୍ଭବତୀ
ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ଗ୍ରାମବାସୀ
ପୁଣି ଥରେ ଖଟିଆର ପୁନରାବୃତ୍ତି। ରାସ୍ତା ନଥିବାରୁ କାଦୁଅ ପଚପଚ ରାସ୍ତାରେ ୬ କିଲୋମିଟର ବୁହା ହେଲେ ଗର୍ଭବତୀ। ମହିଳାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଛନ୍ତି ସ୍ଥାନୀୟ ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଂଚାୟତ ଅନ୍ତର୍ଗତ କଟାପଙ୍ଗା ଠାରୁ ଡମାଙ୍ଗପଦର ଗ୍ରାମ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତା ବର୍ଷାଦିନ ମାନଙ୍କରେ କାଦୁଅରେ ଭରି ଯାଉଛି । ମୁରଡ଼ି ଗାଁର ଝିମି ମଳିକଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସ ଗାଡ଼ି କୁ ଯୋଗାଯୋଗ କରିଥିଲେ କିନ୍ତୁ କାଦୁଅ ଯୋଗୁଁ ଗାଁକୁ ଗାଡ଼ି ଯାଇ ପାରିବ ନାହିଁ ବୋଲି ଆମ୍ବୁଲାନ୍ସ ଗାଡ଼ି ଚାଳକ ମନା କରିଥିଲେ।
ଶେଷରେ ଅନ୍ୟ ଉପାୟ ନପାଇ ଗ୍ରାମବାସୀ ଖଟିଆରେ ଭାର କରି ଝିମିଙ୍କୁ କାଦୁଅ ପଚ ପଚ ରାସ୍ତାରେ ୬ କିଲୋମିଟର ବୋହି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇ ଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଦୀର୍ଘ ଦିନ ପରେ ଏଭଳି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ରାସ୍ତା ନଥିବାରୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ଗର୍ଭବତୀ ମହିଳା ମଧ୍ୟ ଭିନ୍ନ ସମସ୍ୟାରେ ଜଡିତ।