ଗର୍ଭବତୀଙ୍କୁ ଖାଇବାକୁ ନ ଦେଇ କାମ କରିବାକୁ ବାଧ୍ୟ ଅଭିଯୋଗ
·1 year ago·1 min read

ପୁଣି ସାମନାକୁ ଆସିଲା ଦାଦନ ଯନ୍ତ୍ରଣା । ବଲାଙ୍ଗୀରର ମହିଳା ତେଲେଙ୍ଗାନାରେ ନିର୍ଯ୍ୟାତନାର ଶିକାର ଅଭିଯୋଗ । 8 ମାସର ଗର୍ଭବତୀ ମହିଳାଙ୍କୁ ଖାଇବାକୁ ନ ଦେବା ସହ କାମ କରିବାକୁ ଦାଦନ ସର୍ଦାର ବାଧ୍ୟ କରୁ ଥିବା ଅଭିଯୋଗ ହୋଇଛି । ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି କରିଛନ୍ତି ମହିଳା । ଜିଲ୍ଲା ପ୍ରଶାସନ ତୁରନ୍ତ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ଗରିବସେନା ସଭାପତି ।
ବଲାଙ୍ଗୀର ଜିଲ୍ଲା ଦିଗଶିରା ଗାଁର ପୂର୍ଣିମା ଶବର ଇଟା ଭାଟିରେ କାମ କରିବାକୁ ତେଲେଙ୍ଗାନା ଯାଇଥିଲେ । ଗତ ୨୪ ବର୍ଷର ବିଗତ ସରକାର ରାଜ୍ୟରେ ଦାଦନ ଯନ୍ତ୍ରଣା ରୋକିବାରେ ଫେଲ ମାରିଥିଲା । ଯାହାର ପରିଣାମ ଭୋଗୁଛନ୍ତି ଦାଦନ ଶ୍ରମିକମାନେ। ଯଦି ରାଜ୍ୟରେ ଯଥାସମ୍ଭବ କାର୍ଯ୍ୟ ଯୋଗାଇଦିଆଯାଆନ୍ତା, ତେବେ ବାହାରକୁ କାମ କରିବାକୁ କେହି ଯାଆନ୍ତେ ନାହିଁ। କି କେହି ନିର୍ଯ୍ୟାତନାର ଶିକାର ହୁଅନ୍ତେ ନାହିଁ। ଦିନକୁ ଦିନ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏନେଇ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: