Accident News / ଗର୍ଭବତୀଙ୍କୁ ଉଦ୍ଧାର ପାଇଁ ଯାଉଥିଲା ବୋଟ୍, ନଦୀରେ ଓଲଟିଲା; ଶେଷରେ ନିଜେ ଜନ୍ମଦେଲେ ଶିଶୁକନ୍ୟା
·3 hours ago·1 min read

Key Points
ଗର୍ଭବତୀଙ୍କୁ ଉଦ୍ଧାର ପାଇଁ ଯାଉଥିବା ବେଳେ ନଦୀରେ ଓଲଟିଲା ଉଦ୍ଧାରକାରୀ ବୋଟ୍
ଜଣେ ଗର୍ଭବତୀଙ୍କୁ ଉଦ୍ଧାର କରିବାକୁ ଯାଉଥିଲା ପ୍ରଶାସନିକ ଟିମ୍। ହେଲେ ଉଦ୍ଧାର ପୂର୍ବରୁ ହିଁ ଘଟିଗଲା ଅଘଟଣ। ନଦୀର ପ୍ରଖର ସ୍ରୋତରେ ଓଲଟିଗଲା ଉଦ୍ଧାରକାରୀ ବୋଟ୍। ଏପଟେ ଡାକ୍ତରୀ ଟିମ୍ ପହଞ୍ଚି ନପାରିବାରୁ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ଶିଶୁକନ୍ୟାକୁ ଜନ୍ମ ଦେଲେ ଗର୍ଭବତୀ। ତେବେ ଆଶ୍ୱସ୍ତିର ଖବର, ମା’ ଓ ନବଜାତକ ଉଭୟ ସୁରକ୍ଷିତ ଅଛନ୍ତି। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ର ତଡମା ଗାଁରେ ଘଟିଛି। ଅବପାତ କମିବାପରେ ତୁହାକୁ ତୁହା ବର୍ଷା ଯୋଗୁ ସବୁ ନଈ ଉଛୁଳିବାରେ ଲାଗିଛି। ଏଭଳି ଗାଁ ଅଛି ଯେଉଁଠି ମେଡିକାଲ ଯିବାକୁ ହେଲେ ଭରା ନଈକୁ ପାରି ହେବାକୁ ପଡ଼େ। ଏଯାଏ ବିକାଶର ପାଦ ଚିହ୍ନ ପଡ଼ିନି।
ଏହାସହ ପଢ଼ନ୍ତୁ: ପ୍ରବଳ ବର୍ଷା ପାଇଁ ଆଜି ୬ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ ଛୁଟି
ଗର୍ଭବତୀଙ୍କୁ ଉଦ୍ଧାର ପାଇଁ ଯାଉଥିବା ବେଳେ ନଦୀରେ ଓଲଟିଲା ଉଦ୍ଧାରକାରୀ ବୋଟ୍। ଭଞ୍ଜନଗର ବାଇବାଲି ପଞ୍ଚାୟତ, ତଡମା ଗାଁରେ ଏହି ଦୁର୍ଘଟଣା ଘଟିଛି । ଗର୍ଭବତୀ ଆରତୀ ଗୌଡ଼ଙ୍କୁ ଉଦ୍ଧାର କରିବାକୁ ଯାଉଥିବା ପ୍ରଶାସନିକ ଟିମ୍ର ବୋଟ୍ ନଦୀର ପ୍ରଖର ସ୍ରୋତରେ ଓଲଟି ପଡ଼ିଛି। ଗତକାଲି ସକାଳେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଶାସନକୁ ଖବର ଦେଇଥିଲେ।
ଖବର ପାଇ ବିଡିଓ, ସିଡିପିଓ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ନଦୀର ଅଧିକ ପାଣି ଯୋଗୁଁ ବୋଟ୍ଟି ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ ଦମକଳ ଓ ଉଦ୍ଧାରକାରୀ ଟିମ୍ର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଅନ୍ୟପଟେ ଡାକ୍ତରୀ ଟିମ୍ ପହଞ୍ଚି ନପାରିଥିଲେ ମଧ୍ୟ, ଗର୍ଭବତୀ ଜଣକ ବହୁ କଷ୍ଟରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ ମା' ଓ ନବଜାତକ ସୁରକ୍ଷିତ ଥିବା ସୂଚନା ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories