Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଡ଼ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

Odisha

ବଡ଼ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

Smruti Parija
Browse all articles by Smruti Parija
·1 year ago·1 min read
ବଡ଼ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

Key Points

ଆଉ ଦିନକ ପରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ ।

ଅର୍ଗସ ବ୍ୟୁରୋ: ଆଉ ଦିନକ ପରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ବଡ଼ କାର୍ଯ୍ୟକ୍ରମ ପାଇଁ ବଡ଼ ଆୟୋଜନ । ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଜାନୁଆରୀ ୮ ରୁ ୧୦ ଯାଏଁ ରାଜଧାନୀରେ ରହିବେ ଦେଶର ଶୀର୍ଷ ସୁରକ୍ଷା ପ୍ରାପ୍ତ ନେତାଙ୍କ ସମେତ ବିଦେଶରୁ ଆସୁଥିବା ବହୁ ଭିଭିଆଇପି ଅତିଥି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଭୁବନେଶ୍ବର ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଏହି ତିନି ଦିନ ଓଡ଼ିଶା ପାଇଁ ବଡ଼ ସୁଯୋଗ । ବିଶ୍ବ ଦେଖିବ ଓଡ଼ିଆ କଳା, ସଂସ୍କୃତି ଓ ଅସ୍ମିତାର ଝଲକ ।


ଏଥିପାଇଁ ଜନତା ମଇଦାନଠୁ ଆରମ୍ଭ କରି ଭୁବନେଶ୍ବର ରାସ୍ତାଘାଟ, ଗଳିକନ୍ଦି ସବୁଠି ଓଡ଼ିଶା କଳାର ଛାପ ଦିଆଯାଇଛି । ସହରର ସ୍ବଚ୍ଛତା ଓ ପରିମଳ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୩୫୦୦ ପ୍ରବାସୀ ଭାରତୀୟ ରେଜିଷ୍ଟ୍ରେସନ୍ କରଛନ୍ତି। ଆଗକୁ ଏହି ସଂଖ୍ୟା 7 ହାଜରରୁ ଅଧିକ ବି ହୋଇପାରେ । ପ୍ରବାସୀ ଭାରତୀୟ ଯେପରି ଓଡ଼ିଶାରୁ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ସବୁ ବ୍ୟବସ୍ଥା ଉପରେ ଟିକିନିଖି ଧ୍ୟାନ ରଖାଯାଉଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ପୁରା ସଜାଗ ଓଡ଼ିଶା ପୋଲିସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
preparation-on-full-swing-for-nri-day | Argus News