ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Key Points
ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ପବିତ୍ର ବସନ୍ତ ପଞ୍ଚମୀରେ ଅନୁକୂଳ ହେଲା ରଥକାଠ
ପୁରୀ: ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ପବିତ୍ର ବସନ୍ତ ପଞ୍ଚମୀରେ ଅନୁକୂଳ ହେଲା ରଥକାଠ । ବିଧିବଦ୍ଧ ଭାବେ ତିନି ରଥର 3ଟି 12 ଫୁଟିଆ ଧଉରା କାଠକୁ ଅନୁକୂଳ କରାଯାଇଛି । ଶୁଭ ମୁହୂର୍ତ୍ତ ମୁତାବକ ସଂଧ୍ୟା 6.30 ମିନିଟରେ ଏକ ଆଧ୍ୟାତ୍ମିକ ପରିବେଶରେ ରଥକାଠ ଅନୁକୂଳ ସମ୍ପର୍ଣ୍ଣ ହୋଇଛି । ସ୍ବତ୍ରୀୟ ବ୍ରାହ୍ମଣ ଓ ଶ୍ରୀନହର ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜାର୍ଚ୍ଚନା କରି ରଥକାଠ ଅନୁକୂଳ ସମ୍ପନ୍ନ କରିଛନ୍ତି ।
ରଥକାଠ ଅନୁକୂଳ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଏସପି, ତିନି ରଥର ଭୋଇ ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ।
📱 Get Argus News App
✨ନିର୍ମାଣ ପାଇଁ ମୋଟ 865 ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତବର୍ଷର 51 ଖଣ୍ଡ କାଠ ବଳକା ରହିଛି । ତେବେ ଚଳିତବର୍ଷ ରଥନିର୍ମାଣ ପାଇଁ ଆଉ 814 ଖଣ୍ଡ କାଠ ଦରକାର ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 101 ଖଣ୍ଡ କାଠ ପୁରୀରେ ପହଞ୍ଚିଛି ।