Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସୁଛନ୍ତି ଗଜାନନ, ଚାଲିଛି ପ୍ରସ୍ତୁତି

Smruti Parija
Browse all articles by Smruti Parija
·10 months ago·2 min read
ଆସୁଛନ୍ତି ଗଜାନନ, ଚାଲିଛି ପ୍ରସ୍ତୁତି

Key Points

ଗଜାନନଙ୍କ ଆବାହନ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି

ଚଳଚଞ୍ଚଳ ପୂଜା ମଣ୍ଡପ

ବଡଗଡର ୬୧ ଫୁଟ୍ ର ଗଣେଶ ମୂର୍ତ୍ତିକୁ ନେଇ ଚର୍ଚ୍ଚା

ପାଖେଇ ଆସୁଛି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା । ଚଳଚଞ୍ଚଳ ବିଭିନ୍ନ ପୂଜା ମଣ୍ଡପ । ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କଳାକାର । ଆଉ ମାତ୍ର କିଛି ଦିନ ପରେ ଗଣେଶ ପୂଜା ବୋଲି ଶିଳ୍ପୀଙ୍କ ଆଖିରେ ନିଦ ନାହିଁ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ଚାଲିଛି ପ୍ରତିଯୋଗିତା । କେଉଁଠି ବିଶାଳ ମୂର୍ତ୍ତି ପ୍ରସ୍ତୁତ ହୋଇଛି ତ କେଉଁଠି ଥିମ୍‌କୁ ନେଇ ପ୍ରସ୍ତୁତ ହୋଇଛି ପୂଜା ମଣ୍ଡପ । ମାଟିରେ ଜୀଵନ ଭରିବାରେ ବ୍ୟସ୍ତ କାରିଗର । ଗ୍ରାହକ ବରାଦରେ ଚାଲିଛି ମୂର୍ତ୍ତି ତିଆରି । ମୁମ୍ବାଇ ଷ୍ଟାଇଲର ଗଣେଶ ମୂର୍ତ୍ତି ସହ କାର୍ଟୁନ ଷ୍ଟାଇଲ, ଡମ୍ବରୁ ମହାରାଜ, ଛୋଟାଭିମ ସହ ବଲିଉଡ ମୁଭି ଛାବାର ଥିମକୁ ନେଇ ମୂର୍ତ୍ତି ତିଆରି କରାଯାଉଛି । ଏବଂ ଏଥର ଅଧିକ ଫିନିସିଙ୍ଗ ପାଇଁ ସ୍ପେସିଆଲ ଗଙ୍ଗା ନଦୀର ମାଟିକୁ ମଧ୍ୟ ବ୍ୟବହାର କରାଯାଇଛି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଅନ୍ୟ ପକ୍ଷରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି । କିଏ ସୁନ୍ଦର ଭାବରେ AI ଦ୍ୱାରା ପ୍ରସ୍ତାବିତ AI ମହଲ ତିଆରି କରୁଛି ତ କିଏ ପଦ୍ମ ଫୁଲରେ ମା' ଲକ୍ଷ୍ମୀଙ୍କ ପେଣ୍ଡାଲ ତିଆରି କରିଛି । ପୁଣି କିଏ ମୟୂର ଥିମ୍ ତ କିଏ ଆକର୍ଷଣୀୟ ସିଂହରେ ଗଣେଶ ବସିଥିବା ଭଳି କରୁଛନ୍ତି ପେଣ୍ଡାଲ । ଯାହାକୁ ଜୋରଦାର ଭାବରେ କାର୍ଯ୍ୟରେ ପ୍ରତିଫଳିତ କରିବା ପାଇଁ ଲାଗି ପଡିଛନ୍ତି କାରିଗର । କିଏ ବାଉଁଶ ବାନ୍ଧିବାରେ ଲାଗିଛି ତ କିଏ ଡିଜାଇନକୁ ସୁନ୍ଦର କରିବା ରେ ଯୋଗଦାନ ଦେଉଛି ସମସ୍ତ ପୂଜା ପେଣ୍ଡାଲରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସହ ପାର୍କିଂ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ତେବେ ଏଥର ଶ୍ରୀ ଗଣେଶଙ୍କ ପୂଜା ରାଉରକେଲା ସହରରେ ଜୋରଦାର ଭାବରେ ହେବ ବୋଲି କହିଛନ୍ତି ପୂଜା କମିଟି କର୍ମକର୍ତ୍ତା ।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଚଳଚଞ୍ଚଳ ପୂଜା ମଣ୍ଡପ । ବଡଗଡର ୬୧ ଫୁଟ୍ ର ଗଣେଶ ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର । ମୂର୍ତ୍ତି ସହ ଦୁଇ ରୂପା ପାଦୁକା ଓ ରୂପା ମୁଷକ ହେବ । ଗଣେଶଙ୍କ ହାତରେ ଶୋଭା ପାଇବ ୬୧ କେଜିର ଲଡୁ । ଏଥିପାଇଁ ପୁରା ପ୍ରସ୍ତୁତ ବଡଗଡ ଗଣେଶ ପୂଜା କମିଟି । ୨୦୧୮ରେ ୨୧ ଫୁଟ୍ ଗଣେଶ ମୂର୍ତ୍ତିରୁ ଆରମ୍ଭ ହୋଇଥିଲା ଗଣେଶ ପୂଜା । ଏବର୍ଷ ଏହା ୬୧ ଫୁଟ୍ ରେ ପହଞ୍ଚିଛି । ଯାହାକି ଭକ୍ତଙ୍କୁ ଆକର୍ଷଣ କରିବା ନେଇ ଆଶା ରଖିଛି କମିଟି । ଭକ୍ତଙ୍କ ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗାଡ଼ି ପାଇଁ ସମ୍ପୂର୍ଣ୍ଣ ଟ୍ରାଫିକ ବ୍ୟବସ୍ଥା ସହ ବିଭିନ୍ନ ସ୍ଥାନରେ ପାର୍କିଂର ବ୍ୟବସ୍ଥା ହୋଇଛି । ଯାହାଫଳରେ ଭିଡ଼ ନିୟନ୍ତ୍ରଣ କରାଯାଇପାରିବ । ଏହି ପୂଜା କାର୍ଯ୍ୟକ୍ରମ ୬ ଦିନ ଧରି ଚାଲିବ । ପ୍ରତିଦିନ ସନ୍ଧ୍ୟାରେ ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ଓଡ଼ିଶାର ବହୁ ପ୍ରସିଦ୍ଧ ଖ୍ୟାତନାମା କଳାକାରମାନେ ପ୍ରଦର୍ଶନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

Sponsored
preparations-are-in-full-swing-for-ganesh-puja-argus-news | Argus News