Videos
|
Odisha

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ, ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ବିଜେ

Banajyotshna Ray
Browse all articles by Banajyotshna Ray
·1 year ago
ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ, ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ବିଜେ

Key Points

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ

ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ବିଜେ

ଶରଧାବାଲିରେ ତିନି ରଥ ଦକ୍ଷିଣ ମୋଡ଼

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ତିନି ରଥ ଦକ୍ଷିଣ ମୋଡ଼ ନେଉଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ, ପରେ ବଡ଼ ଠାକୁରଙ୍କ ତାଳଧ୍ୱଜ ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ବାରରେ ଲାଗିଛି । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଦକ୍ଷିଣ ମୋଡ଼ ନେବା ଚାଲିଛି । ଗତକାଲି ରାତିରେ ପବିତ୍ର ହେରାପଞ୍ଚମୀ ତିଥିରେ ମା ମହାଲଷ୍ମୀ ଅଭିମାନରେ ଫେରିଥିବାରୁ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ବାହୁଡା ଯାତ୍ରା ପାଇଁ ତିନି ରଥର ଦକ୍ଷିଣ ମୋଡ଼ କରାଯାଇଥାଏ । ସେପଟେ ଆଡପ ମଣ୍ଡପରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। କାଳିଆକୁ ଜନ୍ମବେଦୀରେ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଗହଳି । ଆସନ୍ତା ୫ ତାରିଖରେ ବାହୁଡ଼ା ଯାତ୍ରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
preparations-for-bahuda-yatra-begin-procession-from-srigundicha-temple | Argus News