Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Odisha

ଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Rashmita Mishra
Browse all articles by Rashmita Mishra
·1 year ago·1 min read
ଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

Key Points

ତୁଟିଲା ସେବାୟତଙ୍କ ବିବାଦ
ନିର୍ଦ୍ଧାରିତ ସମୟରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ
ଶିବରାତ୍ରି ପାଇଁ ଏକାମ୍ର କ୍ଷେତ୍ରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରାତି ପାହିଲେ ଜାଗର, ମହାପ୍ରଭୁ ଲିଙ୍ଗରାଜଙ୍କ ଅଗଣାରେ ଜମିବ ଶ୍ରଦ୍ଧାଳୁଙ୍କ ଭିଡ଼। ଯାହାକୁ ନେଇ ଚଳଚଞ୍ଚଳ ହେଲାଣି ଏକାମ୍ର କ୍ଷେତ୍ର। ଏସବୁ ଭିତରେ ସେବାୟତ ସେବାୟତଙ୍କ ମଧ୍ୟରେ ମନୋମାଳିନ୍ୟର ହୋଇଛି ସମାଧାନ। ଏନେଇ ଷ୍ଟେଟ ଗେଷ୍ଟ ହାଉସରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକରେ। ସମସ୍ତ ବିବାଦର ଆପୋଷ ଆଲାଚନା ମାଧ୍ୟମରେ ସମାଧାନ କରାଯାଇଛି। ନିର୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସାରିବା ସହ ଠିକ୍ ରାତି ୧୦ଟା ସମୟରେ ମହାପ୍ରଭୁଙ୍କ ମହାଦୀପ ଉଠାଇବାକୁ ନୀତି ନିର୍ଘଣ୍ଟ କରାଯାଇଛି।

ବର୍ଷ ତମାମ ବିଭିନ୍ନ ସମୟରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହୁଥିବା ଦେଖିବାକୁ ମିଳିଥାଏ। ତେବେ ଉଭୟ ପକ୍ଷ ଚଳିତ ଥର ନିଜ ନିଜର ସମସ୍ୟା ନେଇ ଆଇନ୍ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି, ଶିବରାତ୍ରି ପରେ ଏସବୁର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତାକାଲି ଦିନ ତମାମ କିପରି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ମଧୁର ଅନୁଭୁତି ନେଇ ଘରକୁ ଫେରିବେ ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାତି ପାହିଲେ ଜାଗର, ଏକାମ୍ର କ୍ଷେତ୍ରକୁ ଲମ୍ବିବ ଶ୍ରଦ୍ଧାଳୁଙ୍କ ସୁଅ, ଟ୍ରାଫିକ ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି କମିଶନରେଟ ପୋଲିସ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Preparations for Shivaratri in Ekamra area are in the final stages. | Argus News