ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ
·1 year ago

ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ହେଉଛି ବୈଠକ । ବୈଠକରେ ଏଏସଆଇ, ଶ୍ରୀମନ୍ଦିର ନୀତି ପ୍ରଶାସକ, ଶ୍ରୀମନ୍ଦିର କମାଣ୍ଡର, ଏସପି ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି । ଆସନ୍ତା 17ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି । ପ୍ରଥମେ ଲୁହା ଭାରା ବନ୍ଧା ଯିବ। ଏହା ପରେ ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ । ଦିନକୁ ଚାରିରୁ ପାଞ୍ଚ ଘଣ୍ଟା କାର୍ଯ୍ୟ କରାଯିବ। ପୁରୁଣା ଲୁହା ବିମ୍ ଓ ପଥର ଅପସରଣ କରାଯିବ ବୋଲି କହିଛନ୍ତି ଏଏସଆଇ ଅଧିକାରୀ ଚିତ୍ତରଞ୍ଜନ ଦାସ ।
ଅଧିକ ପଢ଼ନ୍ତୁ: ରତ୍ନ ଭଣ୍ଡାରରେ ରହିଛି ଏକାଧିକ ଫାଟ , ନୀଳଗିରି ପଥରରେ କରାଯିବ ମରାମତି କାର୍ଯ୍ୟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: