Videos
|
Odisha

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ବର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦନ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ବର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦନ

Key Points

  • ପୁରୀରେ ମହାମହିମ୍ କଲେ ଭାରତୀୟ ଆୟୁର୍ବେଦ ଚିକିତ୍ସାର ଗୁଣଗାନ
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ବର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗାଦନ
  • କହିଲେ ଆୟୁର୍ବେଦ ଓ ଯୋଗ ଦ୍ବାରା ହିଁ ସମ୍ଭବ ନିରୋଗ ଜୀବନ
  • ଆୟୁର୍ବେଦ କ୍ଷେତ୍ରରେ ଅଧିକ ଅଧ୍ୟୟନ ପାଇଁ ଯୁବପିଢ଼ୀଙ୍କୁ ଦେଲେ ଆହ୍ବାନ
  • ସାରା ବିଶ୍ବକୁ ଭାରତର ସର୍ବଶ୍ରେଷ୍ଠ ଅବାଦନ ପାଲଟିଛି ଆୟୁର୍ବେଦ
  • ମେଣ୍ଟାଲ ହେଲଥ ଓ ଡାଇବେଟିସ ପାଇଁ ଆୟୁବେଦ ସାଜିଛି ଅବ୍ୟର୍ଥ 
  • ଯେଉଁ ରୋଗର ଚିକିତ୍ସାରେ ଆଧୁନିକ ଚିକିତ୍ସା ବିଜ୍ଞାନ ହେଉଛି ବିଫଳ
  • ସେଠାରେ ଆୟୁର୍ବେଦ ପାଲଟିଛି ଜଟିଳ ରୋଗ ପାଇଁ ଆଶାର ଆଲୋକ

ଅର୍ଗସ ବ୍ୟୁରୋ:  ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁନିଆକୁ ଦେଇଛନ୍ତି ଆୟୁର୍ବେଦକୁ ଆପଣାଇବା ଲାଗି ଆହ୍ବାନ। ମହାମହିମ କହିଛନ୍ତି ଆୟୁର୍ବେଦ ଏବଂ ଯୋଗ ଦ୍ବାରା ନିରୋଗ ଜୀବନ ଜିଇଁବା ସମ୍ଭବ।‘ଦେଶ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିକ୍ଷା ପ୍ରତି ବଢୁଛି ଆଗ୍ରହ। ତେଣୁ ଆୟୁର୍ବେଦ କ୍ଷେତ୍ରରେ ଅଧିକ ଅଧ୍ୟୟନ ସହ ଭାରତର ପୁରାତନ ଚିକିତ୍ସା ପଦ୍ଧତିର ଯଥାର୍ଥତାକୁ ପ୍ରତିପାଦିତ କରିବାକୁ ଆହ୍ବାନ ଦେଇଛନ୍ତି ମହାମହିମ୍।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବି ଉପସ୍ଥିତ ଥିଲେ। ସେ ବି ନିଜ ଅଭିଭାଷଣରେ ଆୟୁର୍ବେଦର କରିଛନ୍ତି ଗୁଣଗାନ। କହିଛନ୍ତି ଆୟୁର୍ବେଦ ଏକ ପୁରାତନ ଓ ସମୃଦ୍ଧ ଚିକିତ୍ସା ବିଜ୍ଞାନ। ଦୀର୍ଘ ୫ ହଜାର ବର୍ଷରୁ ଅଧିକ ସମୟ ଧରି ଏହା ଲୋକଙ୍କ ସ୍ବାସ୍ଥ୍ୟର  ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି। ଜୀବେମ୍ ଶରଦଃ ଶତମ୍ । ଅର୍ଥାତ ଶହେ ବର୍ଷ ଯାଏ ବଞ୍ଚ। ଭାରତୀୟ ପ୍ରଚୀନ ପରମ୍ପରାରେ ଶହେ ବର୍ଷ ଆୟୁଷର କାମନା କରିବା ଏକ ସାଧାରଣ କଥା ଥିଲା। ଏହି ଦୀର୍ଘାୟୁ ପଛରେ ବଡ଼ ଭୂମିକା ଥିଲା ଆମ ପାରମ୍ପରିକ ଚିକିତ୍ସା ପଦ୍ଧତିର। ଭରତର ପାରମ୍ପରିକ ଚିକିତ୍ସା ପଦ୍ଧତି ଆୟୁର୍ବେଦ କେବଳ ଚିକିତ୍ସା ଭିତରେ ସୀମିତ ନଥିଲା। ବରଂ ଏହା ସୁସ୍ଥ ଓ ଆନନ୍ଦମୟ ଜୀବନ ଜୀଇଁବାର ଏକ ବିଜ୍ଞାନ। ଆୟୁରବେଦରେ ଚିକିତ୍ସା ବ୍ୟତୀତ ରହିଛି ସାମାଜିକ ସ୍ବାସ୍ଥ୍ୟ, ମାନସିକ ସ୍ବାସ୍ଥ୍ୟ, ସୁଖୀ ଜୀବନର ମନ୍ତ୍ର, ପରିବେଶ ସୁରକ୍ଷାର ଉପାୟ ।

ଏଥିସହ କରୁଣା, ସହାନୁଭୁତି, ସମ୍ବେଦନଶୀଳତା ଓ ଉତ୍ପାଦକତା ବି ରହିଛି ଆୟୁର୍ବେଦରେ। ଅର୍ଥାତ ଆୟୁର୍ବେଦର ଅମୃତ କଳସରେ ରହିଛି ସବୁକିଛି। ସେଥିପାଇଁ ମେଣ୍ଟାଲ ହେଲଥ ଓ ଡାଇବେଟିସରୁ ମୁକ୍ତି ପାଇଁ ଏବେ ସାରା ବିଶ୍ବ ଭରସା କରିବାରେ ଲାଗିଛି ଆୟୁରର୍ବେଦ ଉପରେ। କେବଳ ସେତିକି ନୁହେଁ କ୍ୟାନସର, କିଡନୀ ରୋଗ, ଲିଭର ସମ୍ଭନ୍ଧୀୟ ରୋଗ, ଜଟିଳ ହୃଦରୋଗ ଯେଉଁଠି ଆଧୁନିକ ଚିକିତ୍ସା ବିଜ୍ଞାନ ବିଫଳ ହେଉଛି ସେଠାରେ ବରଦାନ ସାବ୍ୟସ୍ତ ହେଉଛି ଆୟୁର୍ବେଦ। କହିବାକୁ ଗଲେ ଜୀବନ ଜ୍ଞାନର ଏକ ସ୍ବରୂପ ହେଉଛି ଆୟୁର୍ବେଦ।

ଭାରତରେ ଆୟୁର୍ବେଦର ପ୍ରଚଳନ ପ୍ରାୟ ୫୦୦୦ ବର୍ଷ ପୁରୁଣା। ଭାରତୀୟ ପୁରାତନ ଶାସ୍ତ୍ର ଓ ବେଦରେ ଆୟୁର୍ବେଦ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନ ରହିଛି। ଭାରତର ପ୍ରାଚୀନ ଋଷି ଓ ଆଚାର୍ଯ୍ୟ ଯଥା ଚରକ, ସୁଶୃତ ଓ ବାଗ୍‌ଭଟ୍ଟଙ୍କ ରଚିତ ସଂହିତାଦ୍ବାରା ଆୟୁର୍ବେଦ ପରିପୁଷ୍ଟ। ଏହି ମହାନ ଋଷିମାନେ ଆୟୁର୍ବଦ ମାଧ୍ୟମରେ ଏପରି କାର୍ଯ୍ୟକୁ ସମ୍ଭବ କରିପାରୁଥିଲେ। ଯାହା ଆଧୁନିକ ଚିକିତ୍ସା ବିଜ୍ଞାନୀମାନେ କଳ୍ପନା ସୁଦ୍ଧା କରିପାରିବେ ନାହିଁ। ମାତ୍ର ଦୁଃଖର କଥା ସ୍ବାଧୀନତା ପରବର୍ତ୍ତି କାଳରେ ଦେଶର ଆଧୁନିକ ଚିକିତ୍ସାର ପ୍ରଚଳନ ସହ ଆୟୁର୍ବେଦ ହୋଇଥିଲା ଅବହେଳିତ। ବହୁ ଦୁର୍ମୁଲ୍ୟ ପୁରାତନ ଚିକିତ୍ସା ପଦ୍ଧତି ବିଲୁପ୍ତ ହୋଇଯାଇଥିଲା। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ବ ନେବା ପରଠୁ ଆୟୁର୍ବେଦକୁ ପୁଣି ଗୁରୁତ୍ବ ମିଳିବା ଆରମ୍ଭ ହୋଇଛି। ମୋଦି ସରକାର ନଭେମ୍ବର ୨୦୧୪ରେ ସ୍ଵତନ୍ତ୍ର ଭାବେ ଆୟୁଷ ମନ୍ତ୍ରଣାଳୟ ଗଠନ କରି ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ନୂଆ ଦିଶା ଦେଇଛନ୍ତି। ଖାଲି ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ପ୍ରୟାସ ଯୋଗୁଁ ୨୦୧୬ ମସିହାରୁ ଦେବ-ବୈଦ୍ୟ ଭଗବାନ ଧନ୍ବନ୍ତରୀଙ୍କ ଜୟନ୍ତୀ ବା ଧନ୍ ତେରସ ଦିନଟିକୁ 'ବିଶ୍ବ ଆୟୁର୍ବେଦ ଦିବସ' ରୂପେ ପାଳନ କରାଯାଇ ଆସୁଛି। ଆଗାମୀ ଦିନରେ ଭାରତକୁ ବିଶ୍ବଗୁରୁ ଭାବେ ପ୍ରତିଷ୍ଠିତ କରାଇବା ଦିଗରେ ଆୟୁର୍ବେଦ ଏକ ବଡ଼ ଭୂମିକା ନେବାକୁ ଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: