Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପ୍ରଥମ ଥର ପାଇଁ ନୟାଗଡ଼ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Ritu Das
Browse all articles by Ritu Das
·1 year ago·1 min read
ଆଜି ପ୍ରଥମ ଥର ପାଇଁ ନୟାଗଡ଼ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୟାଗଡ ଅଭିମୁଖେ ରାଷ୍ଟ୍ରପତି। କିଛି ସମୟ ତଳେ ଭୁବନେଶ୍ବର ବିମାନବନ୍ଦରରୁ କଣ୍ଟିଲୋ ଅଭିମୁଖେ ବାହାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ହରିବାବୁ କୁମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନେ ସ୍ବାଗତ କରିଥିଲେ । ଏହାପରେ ନୟାଗଡ ଅଭିମୁଖେ ଯାଉଛନ୍ତି ରାଷ୍ଟ୍ରପତି । ଆଜି ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ସହ ବିଶ୍ୱାବସୁ ପୀଠ କାଳିଆ ପଲ୍ଲୀଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ମହାମହିମ।


ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ମୁତୟନ ସହ ୬ ଜଣ ଏସପି ରାଙ୍କର ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ଵ ଦିଆଯାଇଛି। ଅପରାହ୍ନ ୩ ଟା ୧୫ ରେ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ଅପରାହ୍ନ ୩ ଟା ୪୫ରେ ଭାରତୀୟ ବିଶ୍ବାବସୁ ଶବର ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଅପରାହ୍ନ ୫ ଟା ୩୫ରେ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-draupadi-murmu-is-visiting-nayagarh-for-the-first-time-today | Argus News