Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Odisha

ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିଦିନ ଦିନ ୧.୩୦ରେ ଭୁବନେଶ୍ବରରେ ପହଞ୍ଚି ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା ଗସ୍ତ କରିବେ । କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ମ୍ୟାଡମ୍ ପ୍ରେସିଡେଣ୍ଟ । ପରେ କାଳିଆପଲ୍ଲୀ ସ୍ଥିତ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନର ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ଏହି କାର୍ଯ୍ୟକ୍ରମ ପରେ ଭୁବନେଶ୍ବର ଫେରି ଆସି ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି ।ସେହିପରି ୨୫ ତାରିଖ ସକାଳୁ ଭୁବନେଶ୍ବର ବିମାନ ବନ୍ଦରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ କଟକ ଗସ୍ତ କରିବେ ରାଷ୍ଟ୍ରପତି । କଟକରେ ରେଭେନ୍ସା ବିଶ୍ଵବିଦ୍ୟାଳୟର ୧୩ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଦ୍ରୌପଦୀ ମୁର୍ମୁ । ପରେ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟରେ ବିକାଶ ମୂଳକ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି।

କାର୍ଯ୍ୟକ୍ରମ ପରେ କଟକ ମାଛୁଆ ବଜାର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି କିଛି ସମୟ ବିଶ୍ରାମ କରିବେ । ପରେ ତୁଳସୀପୁର ସ୍ଥିତ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେବେ ପ୍ରେସିଡେଣ୍ଟ । ସେଠାରୁ ବାହାରି ଜବାହର ଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପହଞ୍ଚିବେ । ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ କଳିଙ୍ଗ ରତ୍ନ ଆୱାର୍ଡ଼ ୨୦୨୪ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ସେହି କାର୍ଯକ୍ରମ ପରେ ଭୁବନେଶ୍ବର ଫେରି ସନ୍ଧ୍ୟା ୫.୩୦ରେ ଦିଲ୍ଲୀ ଫେରିଯିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-draupadi-murmu-is-visiting-odisha-on-the-24th | Argus News