Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତାକାଲି ନୟାଗଡ଼ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆସନ୍ତାକାଲି ନୟାଗଡ଼ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜଗନ୍ନାଥଙ୍କ ଆଦ୍ୟପୀଠକୁ ଆସୁଛନ୍ତି ମହାମହିମ I ଆସନ୍ତାକାଲି ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ସହ ବିଶ୍ୱାବସୁ ପୀଠ କାଳିଆ ପଲ୍ଲୀଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ମହାମହିମ I ଆୟୋଜିତ ସାଧାରଣ ସଭାରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଗଣ ଶିକ୍ଷାମନ୍ତ୍ରୀ, ବାଚସ୍ପତି ଏବଂ ସ୍ଥାନୀୟ ବିଧାୟକଙ୍କ ସହ ଭାରତୀୟ ବିଶ୍ଵାବସୁ ଶବର ସମାଜ ପ୍ରତିଷ୍ଠାନର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ମୁତୟନ ସହ ୬ ଜଣ ଏସପି ରାଙ୍କର ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ଵ ଦିଆଯାଇଛି ।


ତେବେ ଅପରାହ୍ନ ୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଁଚିବେ । ସେଠାରୁ ସ୍ବତନ୍ତ୍ର ବିମାନରେ କଣ୍ଟିଲୋ ଯାଇ ଅପରାହ୍ନ ୩ ଟା ୧୫ ରେ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ । ଅପରାହ୍ନ ୩ ଟା ୪୫ରେ ଭାରତୀୟ ବିଶ୍ବାବସୁ ଶବର ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ l ପରେ ଅପରାହ୍ନ ୫ ଟା ୩୫ରେ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି
ପଶ୍ଚିମଦ୍ୱାର ଦେଇ ପ୍ରଭୂ ନୀଳମାଧବଙ୍କ ଦର୍ଶନ କରିବେ ମହାମହିମ । ସେଥିପାଇଁ ମନ୍ଦିରରେ ରଙ୍ଗ ଦିଆଯାଇଛି । ପଶ୍ଚିମ ଦ୍ୱାର ସଂଲଗ୍ନ ରାସ୍ତାକୁ ନୂଆ ରୂପ ଦିଆଯାଉଛି । ଲିଫ୍ଟକୁ କାର୍ଯ୍ୟକ୍ଷମ କରାଯାଇଛି । ସେବାୟତଙ୍କ ନିମନ୍ତ୍ରଣ ରକ୍ଷା କରି ରଷ୍ଟ୍ରପତି ପ୍ରଥମଥର ପାଇଁ ନୀଳମାଧବଙ୍କ ଦର୍ଶନ ପାଇଁ ଆସୁଥିବାରୁ ମନ୍ଦିର ପୂଜକ ସମାଜ ଉତ୍ସାହିତ ଅଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଏସ୍‌ପି ଏସ. ସୁଶ୍ରୀ ସମସ୍ୟ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ହେଲିପ୍ୟାଡ, ନୀଳମାଧବ ମନ୍ଦିର ଓ ସମାବେଶ ସ୍ଥଳକୁ ତନତନ କରି ଯାଞ୍ଚ କରିଛନ୍ତି । ନୀଳମାଧବଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀରେ ଆୟୋଜିକ କାର୍ଯ୍ୟକ୍ରମରେ ସାମିଲ ହେବେ । ବିଶ୍ୱାବସୁ ସମାଜ ପକ୍ଷରୁ ସମାବେଶରେ ଆୟୋଜନ କରାଯାଉଛି । ବର୍ଷବର୍ଷ ଧରି ବିଭିନ୍ନ ମୌଳିକ ସମସ୍ୟାରେ ଘାଣ୍ଟି ହେଉଥିବା କାଳିଆପଲ୍ଲୀ ଗାଁକୁ ସତେ ଯେମିତି ବିକାଶର ବାଟ ଫିଟିଛି ।

ଅବହେଳିତ ଅବସ୍ଥାରେ ଗଛମୂଳେ ପୂଜା ପାଉଥିବା ବିଶ୍ୱାବସୁଙ୍କ ସ୍ଥାନକୁ ପାହାଚ ନିର୍ମାଣ କରାଯାଇଛି। ଯଜ୍ଞ ଗୃହ ନିର୍ମାଣ ସହ ବିଦ୍ୟୁତ୍‌ ସଂଯୋଗ ହୋଇଛି । ବାତ୍ୟା ଆଶ୍ରୟସ୍ଥଳକୁ ରଙ୍ଗ କରାଯାଇଛି । ମହାମହିମଙ୍କ ଦ୍ୱାରା ଉଦଘାଟନ୍‌ ହେବାକୁ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ପୁରା ଗାଁ ପ୍ରସ୍ତୁତ ହୋଇ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-draupadi-murmu-to-visit-nayagarh-tomorrow | Argus News