Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସୁଛନ୍ତି ରାଷ୍ଟ୍ରପତି; ଚଳଚଞ୍ଚଳ ଉପରବେଡା ଗାଁ ସମେତ ରାଇରଙ୍ଗପୁର ସହର

Odisha

ଆସୁଛନ୍ତି ରାଷ୍ଟ୍ରପତି; ଚଳଚଞ୍ଚଳ ଉପରବେଡା ଗାଁ ସମେତ ରାଇରଙ୍ଗପୁର ସହର

Smruti Parija
Browse all articles by Smruti Parija
·1 year ago·1 min read
ଆସୁଛନ୍ତି ରାଷ୍ଟ୍ରପତି; ଚଳଚଞ୍ଚଳ ଉପରବେଡା ଗାଁ ସମେତ ରାଇରଙ୍ଗପୁର ସହର

ମୟୂରଭଞ୍ଜ: ଆଜି ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଚତୁର୍ଥ ଥର ପାଇଁ ଆସୁଥିବା ବେଳେ ପ୍ରଥମ ଥର ନିଜ ଜନ୍ମମାଟି କୁସୁମୀ ବ୍ଲକ ଅନ୍ତର୍ଗତ "ଉପରବେଡା" ଗ୍ରାମକୁ ଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ ହୋଇଛି । ଛୋଟବେଳେ ପାଠ ପଢୁଥିବା ସ୍କୁଲ 'ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ' ଓ 'କମଳା ବିମଳା ହାଇସ୍କୁଲ'  ପରିଦର୍ଶନ କରିବେ । 

ସେଠାକାର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସହ ଭାବବିନିମୟ କରିବା ସହ ସେଠାରେ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅତି ସୁନ୍ଦର ଭାବରେ ଗାଁ ଏବଂ ଗାଁ ବିଦ୍ୟାଳୟକୁ ସାଜଯାଇଛି । ରାଷ୍ଟ୍ରପତି କଲେଇକୁଣ୍ଡା ଏୟାରବେସରୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସିବେ। ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ବ୍ଲକ ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୧.୦୫ ସମୟରେ ଅବତରଣ କରିବେ । ସେଠାରୁ ସଡ଼କ ପଥରେ ୧୧.୨୫ରେ ନିଜ ଜନ୍ମଭୂମି ଉପରବେଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-draupadi-murmu-two-days-mayurbhanj-visit | Argus News