ଆଜି ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜଗନ୍ନାଥଙ୍କ ଆଦ୍ୟପୀଠକୁ ଆସୁଛନ୍ତି ମହାମହିମ I ଆଜି ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ ସହ ବିଶ୍ୱାବସୁ ପୀଠ କାଳିଆ ପଲ୍ଲୀଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ମହାମହିମ I ଆୟୋଜିତ ସାଧାରଣ ସଭାରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ଗଣ ଶିକ୍ଷାମନ୍ତ୍ରୀ, ବାଚସ୍ପତି ଏବଂ ସ୍ଥାନୀୟ ବିଧାୟକଙ୍କ ସହ ଭାରତୀୟ ବିଶ୍ଵାବସୁ ଶବର ସମାଜ ପ୍ରତିଷ୍ଠାନର ସଭାପତି ଏବଂ ସମ୍ପାଦକ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୦ ପ୍ଲାଟୁନ ଫୋର୍ସ ମୁତୟନ ସହ ୬ ଜଣ ଏସପି ରାଙ୍କର ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ଦାୟିତ୍ଵ ଦିଆଯାଇଛି l
ଅପରାହ୍ନ ୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ରାଷ୍ଟ୍ରପତି । ସେଠାରୁ ସ୍ବତନ୍ତ୍ର ବିମାନରେ କଣ୍ଟିଲୋ ଯାଇ ଅପରାହ୍ନ ୩ ଟା ୧୫ ରେ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ । ଅପରାହ୍ନ ୩ ଟା ୪୫ରେ ଭାରତୀୟ ବିଶ୍ବାବସୁ ଶବର ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ l ପରେ ଅପରାହ୍ନ ୫ ଟା ୩୫ରେ ବିମାନ ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।