odisha / ଆଜି ଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
·5 months ago·2 min read

Key Points
ଆଜି ଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ
ଯାଜପୁରର ନାଭିଗୟାରେ ପିଣ୍ଡାଦାନ କରିବେ

ଆଜି ଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବେ | ସେଠାରୁ ଲୋକଭବନ ଯାଇ ରାତ୍ରିଯାପନ କରିବେ । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୩ ତାରିଖ ସକାଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ଼ରେ ଅବତରଣ କରିବେ। ସେଠାରୁ ମା’ ବିରଜାଙ୍କ ଦର୍ଶନ ପାଇଁ ଯିବେ ପ୍ରାୟ ଦେଢ଼ ଘଣ୍ଟା ଧରି ମନ୍ଦିରରେ ପୂଜାର୍ଚ୍ଚନା କରିବୋ ସେଠାରୁ ବାଲେଶ୍ବର ଯାଇ ଫକୀରମୋହନ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସ ଉତ୍ସବରେ ଯୋଗଦେବେ । କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ଣ ପ୍ରାୟ ୩ଟା ୫୦ରେ ପୁରୀ ଅଭିମୁଖେ ବାହାରିରେବେ | ସନ୍ଧ୍ୟାରେ ପୁରୀରେ ପହ ପହଞ୍ଚି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ କରିବୋ ପୁରୀ ଲୋକଭବନରେ ଆଳତି ଦର୍ଶନ ଦର୍ଶନ ସହ ପିଣ୍ଡଦାନ କରିବେ ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ଫେବ୍ରୁଆରି ୪ ତାରିଖ ସକାଳ ୯ଟାରେ ପୁରୀ ହେଲିପ୍ୟାଡ୍ରୁ ବାହାରି ପୂର୍ବାହ୍ଣ ୧୦ଟା ୪୦ରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ମହୁଲଡିହା ସ୍ଥିତ ହଲିଡେ ହୋମ୍ର ଉଦ୍ଘାଟନ କରିବେ। ରାଇରାଙ୍ଗପୁର ମହୁଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜବୀର ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସେଠାରେ କ୍ରୀଡ଼ା କମ୍ପ୍ଲେକ୍ସ ଲୋକାର୍ପଣ ସହ ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟର ଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅପରାହ୍ନରେ ଭୁବନେଶ୍ବର ଫେରିବା ସହ ହୋଟେଲ ମେ' ଫେୟାରରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ୭ ତାରିଖ ସକାଳୁ ଭୁବନେଶ୍ବରରୁ ଛତିଶଗଡ଼ ଅଭିମୁଖେ ସ୍ବତନ୍ତ୍ର ବାୟୁସେନା ବିମାନ କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
ସେପଟେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ରାଜଧାନୀରେ ନିୟୋଜିତ ରହିବେ 30 ପ୍ଲାଟୁନ ପୋଲିସ ଫୋର୍ସ | ବ୍ଲୁ ବୁକ ଗାଇଡ଼ ଲାଇନ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ ,4ଜଣ DCP ରାଙ୍କ ର ଅଫିସର, 5ଜଣ ଅତିରିକ୍ତ DCP ରାଙ୍କର ଅଫିସର, 23 ଜଣ ACP,33ଜଣ ଇନ୍ସପେକ୍ଟର,SI ଏବଂ ASI ନିୟୋଜିତ ରହିବେ | ଏହାସହ ଭୁବନେଶ୍ୱର ବିମାନ ବନ୍ଦରରୁ ଲୋକ ଭଵନ ଏବଂ ଲୋକ ଭଵନ ରୁ ମେ ଫେୟାର ରୁଟ ଲାଇନ ରହିବ | ଏହି ସବୁ ରୁଟ ରେ ଉଚ୍ଚ ଅଟାଳିକା ରେ ଜଗିବେ ବନ୍ଧୁକଧାରୀ ପୋଲିସ | ଏହାସହ ସାଧା ପୋଷାକ ରେ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories