President Droupadi Murmu / ନେତାଙ୍କୁ ଦେଲେ ବଡ଼ ପରାମର୍ଶ, କହିଲେ ଗୁରୁତ୍ୱପୂର୍ଣ୍ଣ କଥା...

Key Points
'ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି' ।
ଓଡ଼ିଶା ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ । ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ଜନ ପ୍ରତିନିଧିଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ଜନଗଣ ଭାଗ୍ୟବିଧାତା, ସେମାନଙ୍କ ହାତରେ ଅସୀମ କ୍ଷମତା । ଶାସନ ଜନଗଣଙ୍କ ହାତରେ, ଆପଣ ସେମାନଙ୍କ ପ୍ରତିନିଧି । କେତେ ଆଶା ବିଶ୍ବାସ ନେଇ ସେମାନେ ଆପଣଙ୍କୁ ପଠାଇଛନ୍ତି । ସେମାନଙ୍କର ଆଶା, ସ୍ୱପ୍ନ ପୂରଣ କରିବା ଆପଣଙ୍କ କର୍ତ୍ତବ୍ୟ । ଆପଣ ଏପରି କାର୍ଯ୍ୟ କରିବେ ଯାହା ଲୋକଙ୍କ ହିତ ପାଇଁ ଆସିବ' ।
ଜନ ପ୍ରତିନିଧି ଭାବେ ଆପଣ ସମାଜରେ ଚିହ୍ନା ମୁହଁ । ଆପଣ କଣ କରୁଛନ୍ତି, କହୁଛନ୍ତି ଜାଣିବାକୁ ସମସ୍ତଙ୍କର ଉତ୍ସୁକତା ଥାଏ । ତେଣୁ ଆପଣଙ୍କ ଆଚରଣ ଓ ଉଚ୍ଚାରଣ ବହୁତ ମୂଲ୍ୟବାନ । ଆପଣ ଯାହା କରିବେ, ଜନତା ତାହାକୁ ଫଲୋ କରିବେ । ଗୃହରେ ଆପଣ କଣ କରୁଛନ୍ତି, ତାହା ସମସ୍ତେ ଜାଣି ପାରୁଛନ୍ତି । ଗୃହରେ ଓ ଗୃହ ବାହାରେ ଆପଣଙ୍କ ଆଚରଣ ଠିକ୍ ରହିବା ଦରକାର ।
ଏହାସହ ମହାମହିମ ଭାଷଣ ଆରମ୍ଭରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏକ କବିତା ବୋଲିବା ପରେ ନିଜର ଭାଷଣ ଆରମ୍ଭ କରିଥିଲେ । ନିଜ ବକ୍ତବ୍ୟରେ ସେ କହିଛନ୍ତି, 'ଆପଣଙ୍କ ଗହଣରେ ଉପସ୍ଥିତ ରହି ବହୁତ ଆନନ୍ଦିତ । ପୂର୍ବରୁ ଅନେକ ରାଜ୍ୟର ବିଧାନସଭାକୁ ସମ୍ବୋଧିତ କରିଛି । କିନ୍ତୁ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବା ମୋ ପାଇଁ ନିଶ୍ଚିତ ନିଆରା । ଆଜି ମୁଁ ଯେଉଁଠି ଅଛି ତାହାର ଶ୍ରେୟ ନିଶ୍ଚିତ ଭାବେ ଏହି ଓଡ଼ିଶା ବିଧାନସଭା ଗୃହର । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ ଏଠି ପହଞ୍ଚି ପାରି ନଥାନ୍ତି' ।
'ଏହି ଓଡ଼ିଶା ବିଧାନସଭା ଗୃହରେ ବିଧାୟିକା ଭାବେ ପ୍ରଶ୍ନ ପଚାରିଛି । ଏହି ଗୃହରେ ମନ୍ତ୍ରୀ ଭାବେ ପ୍ରଶ୍ନର ଉତ୍ତର ଦେଇଛି । ଗ୍ୟାଲେରୀରେ ବସିଥିବା କିଛି ପୂର୍ବତନ ବିଧାୟକଙ୍କ ସହ କାମ କରିଛି । ଆଜି ମୁଁ ସେମାନଙ୍କୁ ପାଖରେ ପାଇ ଆବିଭୂତ। ଏହି କଳିଙ୍ଗ, ଚଣ୍ଡାଶୋକଙ୍କୁ ଧର୍ମାଶୋକ କରିଛି' ।
ବିଧାନସଭା ଗୃହରେ, ମହତାବ, ବିଜୁ ପଟ୍ଟାନୟକଙ୍କ ସମେତ ଓଡ଼ିଶାର ଅନେକ ବରପୁତ୍ରଙ୍କୁ ମନେପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାସହ ସେ କହିଥିଲେ, 'ଓଡ଼ିଶା ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବଢ଼ିଛି । ଆଜି ବିଧାନସଭାକୁ ଜଣେ ମହିଳା ବାଚସ୍ପତି ଚଳାଉଛନ୍ତି । ଐତିହାସିକ ନୌବାଣିଜ୍ୟ, ଇଂରେଜ ବିରୋଧୀ ଲଢ଼େଇରୁ ଅନେକ ଶିକ୍ଷା ମିଳିଛି ।
'ଓଡ଼ିଶା ସବୁ ପ୍ରକାର ସମ୍ବଳରେ ପରିପୂର୍ଣ୍ଣ । ତେଣୁ ଓଡ଼ିଶାକୁ ଏକ ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇ ପାରିବ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାର ଆବଶ୍ୟକତା ରହିଛି । ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ । ଏହା ବିକଶିତ ଭାରତର ପରିକଳ୍ପନା ପାଇଁ ସମ୍ଭବ । ପ୍ରଜାମାନେ ଅନେକ ସ୍ବପ୍ନ ନେଇ ଆପଣଙ୍କୁ ପଠାଇଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣଙ୍କ କର୍ତ୍ତବ୍ୟ' ।
ଅନ୍ୟପଟେ ଓଡ଼ିଶା ବିଧାନସଭା ପାଇଁ ଆଜି ଏକ ଐତିହାସିକ ଦିନ । ବିଧାନସଭା ଶୀତକାଳୀନ ଅଧିବେଶନକୁ ସମ୍ବୋଧନ କରିଛନ୍ତି ଓଡ଼ିଶାର ଗୌରବ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କବିତା ମାଧ୍ୟମରେ ପିଲାଦିନର ସ୍ମୃତିର ରୋମାନ୍ଥନ କରିଛନ୍ତି । ୨୦୦୦ ମସିହାରୁ ୨୦୦୪ ଯାଏଁ ନିଜେ ବିଧାୟିକା ଥିବା ସମୟର କାର୍ଯ୍ୟକାଳର ସ୍ମୃତିଚାରଣ କରିଛନ୍ତି ।
📱 Get Argus News App
✨Related Topics
Explore more stories