Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan / ନୂଆ ବର୍ଷରେ ମୋଦି ସରକାରଙ୍କ ବଡ଼ ଭେଟି

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ନୂଆ ବର୍ଷରେ ମୋଦି ସରକାରଙ୍କ ବଡ଼ ଭେଟି
Narendra Modi With Dharmendra Pradhan

Key Points

ବିକଶିତ ଭାରତ ଗଠନ ପାଇଁ ଆମର ୱର୍କଫୋର୍ସକୁ ୫୦ରୁ ୭୫ ପ୍ରତିଶତକୁ ନେବାକୁ ପଡ଼ିବ ଏବଂ ଏଥିପାଇଁ ଦକ୍ଷତା ବିକାଶ ହିଁ ମୂଳାଧାର ।

ନୂଆ ବର୍ଷରେ ମୟୂରଭଞ୍ଜକୁ ମୋଦି ସରକାରଙ୍କ ନୂଆ ଭେଟି । ରାଇରଙ୍ଗପୁରରେ 'ଇଗ୍ନୋ'ର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ରର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଉଦଘାଟିତ ହୋଇଛି ଇଗ୍ନୋ ଆଞ୍ଚଳିକ ଓ ଦକ୍ଷତା କେନ୍ଦ୍ର । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ଉଦଘାଟନ କରିଥିବାବେଳେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ । ଏହି କେନ୍ଦ୍ର ଦ୍ୱାରା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଯୁବକ ଯୁବତୀ ଉଚ୍ଚଶିକ୍ଷା ଲାଭ କରିପାରିବେ । ଏବେ ସୁଦ୍ଧା ଏହି ଜିଲ୍ଲାଗୁଡିକରେ 'ଇଗ୍ନୋ'ର କାର୍ଯ୍ୟକ୍ରମ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଦ୍ୱାରା ପରିଚାଳିତ ହୋଇ ଆସୁଥିଲା ବେଳେ ଚଳିତ ମାସରୁ ବିଦ୍ୟାର୍ଥୀ ଏହି କେନ୍ଦ୍ରରେ ନାମ ଲେଖାଇ ପାରିବେ ।

କାର୍ଯ୍ୟକ୍ରମକୁ ସମ୍ବୋଧନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଏହି କେନ୍ଦ୍ର ଦ୍ୱାରା ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ । ରାଷ୍ଟ୍ରପତି ଜଣେ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନର ମୂଲ୍ୟବୋଧ ଓ ସମ୍ମାନର ପରିଚୟ ଦେଇଛନ୍ତି । ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ, ବନସ୍ପତି ଓ ଶ୍ରମଶକ୍ତିର ସଠିକ୍ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଜନସାଧାରଣଙ୍କୁ ଏଆଇ ଏବଂ ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ାଯିବ । ଏହା ସେମାନଙ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ । ବିକଶିତ ଭାରତ ଗଠନ ପାଇଁ ଆମର ୱର୍କଫୋର୍ସକୁ ୫୦ରୁ ୭୫ ପ୍ରତିଶତକୁ ନେବାକୁ ପଡ଼ିବ ଏବଂ ଏଥିପାଇଁ ଦକ୍ଷତା ବିକାଶ ହିଁ ମୂଳାଧାର ।

ଉଦଘାଟନ ସମୟରେ ରାଇରଙ୍ଗପୁର ମହତାବ ଭବନରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ, ମୟୂରଭଞ୍ଜ ସାଂସଦ, ସ୍ଥାନୀୟ ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ନୂଆ କେନ୍ଦ୍ର ପାଇଁ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଇଗ୍ନୋକୁ ଏହି ଅଭିଯାନରେ ଅଂଶୀଦାର ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଟେକ୍ନୋଲୋଜିର ବ୍ୟବହାର କରି ଏକ ସ୍ୱାଭିମାନୀ ଓ ସମୃଦ୍ଧ 'ନୂଆ ଭାରତ' ଗଠନ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
President inaugurates IGNOU regional centre, Skill centre at Odisha Rairangpur | Argus News