Centre seeks report from Bengal / ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
·6 months ago·2 min read

Key Points
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ
ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗରେ ରିପୋର୍ଟ ତଲବ
ଅପରାହ୍ନ ୫ଟା ସୁଦ୍ଧା ଏକ ବିସ୍ତୃତ ରିପୋର୍ଟ ଦିଅ
ରିପୋର୍ଟ ମାଗିଛନ୍ତି କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ

ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗରେ ରିପୋର୍ଟ ତଲବ। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ। ପଶ୍ଚିମବଙ୍ଗର ମୁଖ୍ୟ ସଚିବଙ୍କ ଠାରୁ ଆଜି ଅପରାହ୍ନ ୫ଟା ସୁଦ୍ଧା ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ନିର୍ଦ୍ଧାରିତ ପ୍ରୋଟୋକଲ୍ରେ ହୋଇଥିବା ତ୍ରୁଟି, ଦାର୍ଜିଲିଂ ଜିଲ୍ଲାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀର ସ୍ଥାନ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଏହି ରିପୋର୍ଟ ତଲବ କରାଯାଇଛି। ଗତକାଲି ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଇଥିଲା । ଏହାକୁ ନେଇ ସାରା ଦେଶରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ରାଷ୍ଟ୍ରପତିଙ୍କୁ ଅସମ୍ମାନ କଲେ ବେଙ୍ଗଲ ସରକାର । ପଶ୍ଚିମବଙ୍ଗର ମମତା ସରକାର ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି । ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ରାଷ୍ଟ୍ରପତି ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି। ଯେଉଁଠାରେ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ଅନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀର ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ପୂର୍ବରୁ ଯେଉଁ ସ୍ଥାନରେ ସମ୍ମିଳନୀ ହେବାକୁ ସ୍ଥିର ହୋଇଥିଲା ସମ୍ମିଳନୀ ପରେ ରାଷ୍ଟ୍ରପତି ସେହି ସ୍ଥାନକୁ ଯାଇଥିଲେ।
ସେଠାରେ ସେ ଶେଷ ମୁହୂର୍ତ୍ତରେ କାହିଁକି ସମ୍ମିଳନୀର ସ୍ଥାନ ପରିବର୍ତ୍ତନ କରାଗଲା ସେ ନେଇ ଅସନ୍ତୋଷ ପ୍ରକାଶ କଲେ। କୌଣସି ସମସ୍ୟା ନ ଥାଇ କାହିଁକି ସ୍ଥାନ ପରିବର୍ତ୍ତନ କରାଗଲା ସେ ନେଇ ପ୍ରଶ୍ନ କଲେ । ଏତିକି ନୁହେଁ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିମ୍ବା ତାଙ୍କର କୌଣସି ମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ଆସିଲେ ନାହିଁ। ଯାହାକୁ ନେଇ ସମ୍ମିଳନୀରେ ଅଭିଭାଷଣ ରଖିବା ବେଳେ ପ୍ରକାଶ କରିଥିଲେ ରାଷ୍ଟ୍ରପତି। ଆହୁରି ମଧ୍ୟ ସାନ୍ତାଳୀ ସମ୍ମିଳନୀକୁ ଆସିବାକୁ ଲୋକଙ୍କୁ ରୋକାଯାଉଥିଲା କି ମଧ୍ୟ ପ୍ରଶ୍ନ କଲେ ମହାମହିମ।
ରାଷ୍ଟ୍ରପତିଙ୍କୁ ଅପମାନ ପ୍ରସଙ୍ଗରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଉଦ୍ବେଗ ପ୍ରକାଶ କରିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସର୍ବୋଚ୍ଚ ସାମ୍ବିଧାନିକ କାର୍ଯ୍ୟାଳୟ। ଏହାକୁ ସର୍ବଦା ସମ୍ମାନ ଏବଂ ମର୍ଯ୍ୟାଦା ମିଳିବା ଉଚିତ୍। ପଶ୍ଚିମବଙ୍ଗରେ ପ୍ରଶାସନିକ ବ୍ୟବସ୍ଥାରେ ଯେଉଁ ତ୍ରୁଟି ହେଲା, ଦୁର୍ଭାଗ୍ୟଜନକ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ପବିତ୍ରତା ସର୍ବଦା ବଜାୟ ରହିବା ଉଚିତ୍। ଦେଶର ସର୍ବୋଚ୍ଚ ପଦବୀକୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବା ଉଚିତ ବୋଲି ଉପରାଷ୍ଟପତି ସିପି ରାଧାକ୍ରିଷ୍ଣନ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଶ୍ଚିମବଙ୍ଗରେ ମହାମହିମ ରାଷ୍ଟ୍ରପତିଙ୍କୁ ତୃଣମୂଳ କଂଗ୍ରେସର ଅପମାନ ପ୍ରସଙ୍ଗରେ କ୍ଷୁବ୍ଧ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଜୋରଦାର ବର୍ଷିଛନ୍ତି । କହିଛନ୍ତି, `ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ' ଏବଂ ଅସାମ୍ବିଧାନିକ । ଗଣତନ୍ତ୍ରରେ ବିଶ୍ବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା କଷ୍ଟଦାୟକ । ଏହାଯୋଗୁଁ ଆଦିବାସୀ ସଶକ୍ତିକରଣରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ହତାଶ । ଆଦିବାସୀ ସମାଜରୁ ଆସିଥିବା ରାଷ୍ଟ୍ରପତି ନିଜେ ଦୁଃଖ ପ୍ରକାଶ କରିଛନ୍ତି । ଏପରି ଆଚରଣ ଭାରତର ଲୋକଙ୍କ ମନରେ ବହୁତ କଷ୍ଟ ଦେଇଛି । ପଶ୍ଚିମବଙ୍ଗର TMC ସରକାର ପ୍ରକୃତରେ ସବୁ ସୀମା ଅତିକ୍ରମ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଅପମାନ ପାଇଁ ସେଠାକାର ପ୍ରଶାସନ ଦାୟୀ ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ।
Related Topics
Explore more stories