Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ପ୍ରବାସୀ ଭାରତୀୟ ଦିବସର ତୃତୀୟ ତଥା ଅନ୍ତିମ ଦିନ

Smruti Parija
Browse all articles by Smruti Parija
·1 year ago·2 min read
ଆଜି ପ୍ରବାସୀ ଭାରତୀୟ ଦିବସର ତୃତୀୟ ତଥା ଅନ୍ତିମ ଦିନ

Key Points

ଆଜି ପ୍ରବାସୀ ଭାରତୀୟ ଦିବସର ତୃତୀୟ ତଥା ଅନ୍ତିମ ଦିନ

ଭୁବନେଶ୍ୱର: ଆଜି ପ୍ରବାସୀ ଭାରତୀୟ ଦିବସର ତୃତୀୟ ତଥା ଅନ୍ତିମ ଦିନ । ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ । କାର୍ଯ୍ୟକ୍ରମରେ ୨୭ ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ ।


ଏହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ଅଧିବେଶନରେ ‘ପ୍ରବାସୀ ଭାରତୀୟ ସଂଳାପ: ସଂସ୍କୃତି, ସଂଯୋଗ ଓ ସମ୍ପର୍କର କାହାଣୀ’ ଉପରେ ଆଲୋଚନା ହେବ । ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା ସମୟ ବିତାଇବେ । ଏହାପରେ ବିମାନବନ୍ଦର ଅଭିମୁଖେ ବାହାରିବେ ରାଷ୍ଟ୍ରପତି ।


ଗତକାଲି ମେଘାଳୟର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲଚରାଲ ରିସର୍ଚ୍ଚ ପରିସରର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବା ପରେ ଗୌହାଟୀ ବିମାନବନ୍ଦରରୁ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଁଚିଥିଲେ । ପାରମ୍ପରିକ ଓ ସାଂସ୍କୃତିକ ଗୀତ, ନୃତ୍ୟ ଓ ବାଦ୍ୟ ସହିତ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ, ଭୁବନେଶ୍ଵର ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମେଳନକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ବ୍ରାଣ୍ଡ ଓଡିଶାକୁ ବିଶ୍ବ ସ୍ତରରେ ପହଞ୍ଚାଇଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏଇ ଆମ ଓଡ଼ିଶା ମାଟିରୁ ହିଁ ବିଶ୍ବକୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଶାନ୍ତି ଓ ମୈତ୍ରୀ କଥା କହିବା ସହ ଓଡ଼ିଶାର ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ବିଶ୍ବ ବିଖ୍ୟାତ କରିବା ଲାଗି ବଡ଼ ପଦକ୍ଷେପ ନେଇଛନ୍ତି ମୋଦୀ । ପ୍ରବାସୀ ମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କରିବା ଗୌରବର ବିଷୟ । ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ପ୍ରତିବିମ୍ବ । ତେଣୁ ଓଡ଼ିଶାରେ ସମସ୍ତଙ୍କୁ ସ୍ଵାଗତ କରିବା ମୋ ପାଇଁ ବିଶେଷ ବୋଲି କହିଲେ ମୋଦି । ଆହୁରି କହିଥିଲେ ଓଡ଼ିଶାରେ ଥିବା ଧଉଳି ସ୍ତୁପ ସାରା ବିଶ୍ଵ ପାଇଁ ଶାନ୍ତିର ପ୍ରତୀକ । ସମ୍ରାଟ ଅଶୋକ ଏଠି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ସମ୍ରାଟ ଅଶୋକ ଓଡ଼ିଶାରୁ ହିଁ ଅହିଂସାର ରାସ୍ତା ଦେଖିଥିଲେ । ତେଣୁ ଭବିଷ୍ୟତ ଯୁଦ୍ଧରେ ନାହିଁ ବୁଦ୍ଧରେ ଅଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।



Sponsored
president-murmu-to-be-attain-nri-day-on-closing-ceremony-as-a-chief-guest | Argus News