Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

6400 କୋଟିର ବିକାଶମୂଳକ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମହାମହିମ

Smruti Parija
Browse all articles by Smruti Parija
·1 year ago
6400 କୋଟିର ବିକାଶମୂଳକ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମହାମହିମ

ଅର୍ଗସ ବ୍ୟୁରୋ: ସମୃଦ୍ଧ ଓଡ଼ିଶା ପାଇଁ ନୂତନ ଯୁଗର ଅୟମାରମ୍ଭ । ଆଜି 6 ହଜାର 4 ଶହ କୋଟି ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 3ଟି ରେଳ ଲାଇନ ସହ ରାଇରଙ୍ଗପୁରରେ ଜନଜାତି ଗବେଷଣା ଏବଂ ବିକାଶ କେନ୍ଦ୍ର, ଦଣ୍ଡାବୋଷ ବିମାନବନ୍ଦର ଓ ଉପମଣ୍ଡଳୀୟ ଚିକିତ୍ସାଳୟର ଶିଳାନ୍ୟାସ କରିବେ ରାଷ୍ଟ୍ରପତି । 

ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢାମରା-ଚାକୁଲିଆ ଓ ବାଦାମପାହାଡ-କେନ୍ଦୁଝରଗଡ଼ ରେଳ ଲାଇନର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତ ରହିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।  କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟସଭା ସାଂସଦ ମମତା ଦାସ, ଲୋକସଭା ସାଂସଦ ନବ ଚରଣ ମାଝୀ, ବାଙ୍ଗିରିପୋଷି ବିଧାୟକ ସଞ୍ଜଳି ମୁର୍ମୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-murmu to lay foundation stone of development projects worth Rs 6400 crore | Argus News