Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସହ ସ୍ୱର୍ଣ୍ଣପଦକ ଓ ପୁରସ୍କାର କଲେ ପ୍ରଦାନ ରାଷ୍ଟ୍ରପତି

Banajyotshna Ray
Browse all articles by Banajyotshna Ray
·12 months ago·1 min read
ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସହ ସ୍ୱର୍ଣ୍ଣପଦକ ଓ ପୁରସ୍କାର କଲେ ପ୍ରଦାନ ରାଷ୍ଟ୍ରପତି

Key Points

ରେଭେନ୍ସା ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସହ ସ୍ବର୍ଣ୍ଣପଦକ ଓ ପୁରସ୍କାର କଲେ ପ୍ରଦାନ
ରେଭେନ୍ସା ଇଟା, ସିମେଣ୍ଟରେ ଗଢା ବିଲ୍ଡିଂ ନୁହଁ, ଏହା ଏକ ଶାଳଗ୍ରାମ
ଚାକିରି ପାଇଁ ନୁହେଁ ଚାକିରି ଦେବାକୁ ଉଦ୍ୟମ କରିବାକୁ ଦେଲେ ଆହ୍ୱାନ୍
ବାଳିକା ହାଇସ୍କୁଲ୍ ପୁନଃଉନ୍ନତିକରଣ ପାଇଁ ଭତ୍ତିପ୍ରସ୍ତର ସ୍ଥାପନ କଲେ ମହାମହିମ
କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ- ନାରୀଶିକ୍ଷା କ୍ଷେତ୍ରରେ ନୂଆ ପରିଚୟ ଦେବ ଅନୁଷ୍ଠାନ

ରେଭେନ୍ସା ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ସମାରୋହରେ ସାମିଲ୍ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ରେଭେନ୍ସାର ଅନୁଭୂତି ବଖାଣି ମହାମହିମ କହିଥିଲେ- ରେଭେନ୍ସା ଆଜି ଶାଳଗ୍ରାମ ପାଲଟିଯାଇଛି । ରେଭେନ୍ସା ଭାରତ ଓ ଓଡ଼ିଶାର ଜୀବନ୍ତ ଇତିହାସ । ଶିକ୍ଷା ବିକାଶ ଓ ନାରୀ ଜାଗୃତିର ପ୍ରମୁଖ ଅଂଶୀଦାର । ମଧୁବାବୁଙ୍କ ଅଦର୍ଶ ଭାବେ ଗ୍ରହଣ କରି ଶିଳ୍ପ ଜଗତରେ ପ୍ରବେଶ ପ୍ରୟାସ କରିବାକୁ ଛତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ରାଷ୍ଟ୍ରପତି ।


ପରେ ନାରୀଶିକ୍ଷାର ଏନ୍ତୁଡ଼ିଶାଳ କୁହାଯାଉଥିବା ରେଭେନ୍ସା ବାଳିକା ହାଇସ୍କୁଲରେ ପୁନଃ ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଷ୍ଟାର୍ ପ୍ରକଳ୍ପ ଯୋଜନାରେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ବ୍ୟୟବରାଦ ହୋଇଥିବା ୮୭ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଥିଲେ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି- ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ରେଭେନ୍ସା ଏକ ଉତପ୍ରେରକ ଭଳି କାର୍ଯ୍ୟ କରିବ । ସ୍ଵର୍ଣ୍ଣ ପଦକ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଥିଲାବେଳେ ବେଶ୍ ଉତ୍ସାହିତ ଛାତ୍ରୀ ଓ ପୁରାତନ ଛାତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
president-presents-gold-medals-awards-and-degrees-to-students | Argus News