ଆଜି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି, ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ମହାମହିମ

ଆଜି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସକାଳ ୯ଟାରେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି । ଗତକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି । ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିଥିଲେ ମହାମହିମ । ପରେ କାଳିଆପଲ୍ଲୀଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ । ପରେ ଭାରତୀୟ ବିଶ୍ବାବସୁ ଶବର ସମାଜ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସରେ ସାମିଲ ହୋଇଥିଲା ।
ଜଗନ୍ନାଥଙ୍କ ଆଦି ପୀଠରେ ମହାମହିମ। କଣ୍ଟିଲୋ ନୀଳମାଧବଙ୍କ ପୀଠରେ ରାଷ୍ଟ୍ରପତି। କାଳିଆପଲ୍ଲୀ ନୟାଗଡ଼ରେ ଥିବା ଭାରତୀୟ ବିଶ୍ବାବସୁ ଶବର ଫାଉଣ୍ଡେସନର ବାର୍ଷିକ ଉତ୍ସବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଅପରାହ୍ନ 3.10ରେ କଣ୍ଟିଲୋ ପାଲଟନ ପଡ଼ିଆରେ ପହଞ୍ଚିବା ପରେ ସେଠାରୁ ଯାଇ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିଥିଲେ ମହାମହିମ । ମନ୍ଦିରରେ ପ୍ରାୟ 20 ମିନିଟ ଧରି ପୂଜାର୍ଚ୍ଚନା କଲେ। ବିଶ୍ୱାବସୁ ବିଶ୍ୱଶାନ୍ତି ଯଜ୍ଞରେ ପୂର୍ଣ୍ଣାହୂତି ଦେବା ସହ ଶବର ସମାଜର ପୂଜକଙ୍କୁ ବସ୍ତ୍ର ଭେଟି ଦେଲେ ରାଷ୍ଟ୍ରପତି । ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ। କଣ୍ଟିଲୋ ନୀଳମାଧବ ପୀଠର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି।
ରାଷ୍ଟ୍ରପତିଙ୍କ ଏହି ଗସ୍ତ ଅବସରରେ ରାଜ୍ୟପାଳ ହରିବାବୁ କୁମ୍ଭମ ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ, ସ୍ଥାନୀୟ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ l ଆମର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଉଭୟ ଆଦିବାସୀ। ପୌରାଣିକ କଥା ଅନୁସାରେ ଜଗନ୍ନାଥଙ୍କ ଆଦି ରୂପ ନୀଳମାଧବଙ୍କୁ ପୂଜା କରୁଥିଲେ ଆଦିବାସୀ ରାଜା ବିଶ୍ବାବସୁ । ତାଙ୍କ ଝିଅ ଲଳିତାଙ୍କୁ ରାଜା ବିଦ୍ୟାପତି ବିବାହ କରିଥିଲେ। ବିଦ୍ୟାପତି ନୀଳମାଧବଙ୍କୁ ଚୋରାଇ ଆଣିବା ଏବଂ ନୀଳମାଧବ ପରେ ଦାରୁବ୍ରହ୍ମ ରୂପରେ ଶ୍ରୀକ୍ଷେତ୍ରରେ ପୂଜା ପାଇଆସୁଛନ୍ତି । ଲଳିତା ଓ ରାଜା ବିଦ୍ୟାପତିଙ୍କ ବଂଶଜ ହେଲେ ଶ୍ରୀମନ୍ଦିରର ଦଇତାପତି ସେବାୟତ । ନୀଳମାଧବ ମନ୍ଦିର ପୂଜକ ସଙ୍ଘ ପକ୍ଷରୁ ଆଜି ରାଷ୍ଟ୍ରପତିଙ୍କୁ ସ୍ୱତନ୍ତ୍ର ଉପଢୌକନ ଓ ନୀଳମାଧଵଙ୍କ ତୈଳ ଫଟୋ ଚିତ୍ର ପ୍ରଦାନ କରାଯାଇଛି ।