|
logo
Live

Argus News - ହଠାତ୍ ଏମିତି କାହିଁକି କହିଲେ ପ୍ରଦୀପ, କ'ଣ ସତରେ ବିଜେଡି ପକାଉଛି ଚାପ ?

Odisha

ହଠାତ୍ ଏମିତି କାହିଁକି କହିଲେ ପ୍ରଦୀପ, କ'ଣ ସତରେ ବିଜେଡି ପକାଉଛି ଚାପ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ହଠାତ୍ ଏମିତି କାହିଁକି କହିଲେ ପ୍ରଦୀପ, କ'ଣ ସତରେ ବିଜେଡି ପକାଉଛି ଚାପ ?

ନବ ଦାସ ହତ୍ୟା ମାମଲାରେ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବଡ଼ ବୟାନ୍ । ବିଜେଡି ଚାପ ପକାଉଥିବାରୁ ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଜଣାଇ ପାରୁନାହାନ୍ତି ।

ଘଟଣାର ସିବିଆଇ ତଦନ୍ତ ହେଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଏଥିରେ ଫସିଯିବେ । ସେମାନେ ଜେଲକୁ ଯିବେ । ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା । ଜଣେ ଆଇଏଏସ୍ ଅଧିକାରୀ ଥିଲେ ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ ଆଉ ଜଣେ ବିଜେଡିର ବଡ଼ ନେତା ଥିଲେ ଯିଏ ସାରା ରାଜ୍ୟକୁ ଚଳାଉଥିଲେ । ସେ ଦୁଇ ଜଣଙ୍କ ମଧ୍ୟରେ ବୁଝାମଣା ଥିଲା । ନବୀନ ପଟ୍ଟନାୟକଙ୍କ ଆବର୍ତ୍ତମାନରେ ମୁଖ୍ୟମନ୍ତ୍ରୀ ହେବାକୁ ସେମାନଙ୍କ ଭିତରୁ ବୁଝାମଣା ଥିଲା ।

ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ ସେଥିପାଇଁ ସେମାନେ ନବଙ୍କୁ ରାସ୍ତାରୁ ହଟେଇ ଦେଲେ । ଗୋପାଳ ଦାସ ଜରିଆରେ ଯେଉଁମାନେ ମାରିଲେ ସେମାନଙ୍କ ବିଷୟରେ ରାଜ୍ୟବାସୀଙ୍କ ଜାଣିବାର ଅଧିକାର ଅଛି । ଯଦି ସିବିଆଇ ତଦନ୍ତ ହେବ ତାହେଲେ ଏହାର ପର୍ଦ୍ଦାଫାଶ ହେବ । ଯେବେ ବି ଦୀପାଳି କିଛି ଷ୍ଟେଟମେଣ୍ଟ ଦେଉଛନ୍ତି ବିଜେଡି ନେତା ତାଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ସମ୍ପୂର୍ଣ୍ଣ ଭାବେ ଚାପ ଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁନାହାନ୍ତି ।

ବିଜେପି ସରକାର ଚାହୁଁଛି ନବ ଦାସ ହତ୍ୟାକାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ସେଥିପାଇଁ କ୍ରାଇମବ୍ରାଞ୍ଚ ଦୀପାଳି ଓ ବିଶାଳଙ୍କୁ ନୋଟିସ ଦେଇଛି । ଯଦି ପ୍ରକୃତରେ ନବଙ୍କ ପରିବାର ହତ୍ୟାକାଣ୍ଡର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇବାକୁ କହିଛନ୍ତି ପ୍ରଦୀପ ପୁରୋହିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହଠାତ୍ ଏମିତି କାହିଁକି କହିଲେ ପ୍ରଦୀପ, କ'ଣ ସତରେ ବିଜେଡି ପକାଉଛି ଚାପ ? | Argus News