ଆଦିବାସୀଙ୍କୁ ପୂର୍ବ ସରକାରର ଧୋକା

ଗଜପତି ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ତାଳମୁଣ୍ଡା ଗାଁରେ ୫୦ ରୁ ଉର୍ଦ୍ଧ ଘର, ଜନ ସଂଖ୍ୟ କହିଲେ ୨୦୦ ରୁ ଅଧିକ ହେବ। ଏହି ଗାଁକୁ ଯିବାକୁ ହେଲେ ଗଣ୍ଡାହାତି ପଞ୍ଚାୟତ ଦେଇ ପଦ୍ମପୁରୁ ଗାଁରୁ ପାଞ୍ଚ କିଲୋମିଟର ପାହାଡିଆ ଘଞ୍ଚ ଜଙ୍ଗଲ ଦେଇକି ଗଲେ ଆସେ ତାଳମୁଣ୍ଡା ଗାଁ । ଗାଁରେ କେମିତି ବିତୁଛି ରାତି ତାହା ଦେଖିବା ପାଇଁ ରାତିର ଅନ୍ଧାରରେ ଯାଇ ପହଞ୍ଚି ଥିଲୁ ଗାଁ ରେ। ସଧ୍ୟା ନଇଁବା ପରେ ଗାଁ ଥିଲା ପୁରା ଶୁନଶାନ୍ । କହିବାକୁ ଗଲେ ଗାଁର ସବୁ ଘରେ କବାଟ ବନ୍ଦ। ୬ ବର୍ଷ ଧରି ଏହିପରି ଅନ୍ଧାରରେ ରହି ଆସୁଛନ୍ତି ଅଞ୍ଚଳବାସୀ।ଗାଁରେ ଶିକ୍ଷା ସ୍ୱାସ୍ଥ୍ୟ କଥା ନକହିବା ଭଲ। ଛୋଟ ଛୋଟ ପିଲା ମାନଙ୍କର ଜୀବନ ଏବେ ଅନ୍ଧାରେ।
ଗାଁରେ ୫୦ ଆଦିବାସ ପରିବାର ରହୁଥିବା ବେଳେ ଲାଇଟ ଆଲୁଅ କହିଲେ କଣ ଜାଣି ନାହାନ୍ତି , ଅନ୍ୟ ଗାଁ କୁ ଯାଇ ବେଟ୍ରି ଲାଇଟ ଚାର୍ଜ କରି ରାତିରେ ପାଠ ପଢନ୍ତି। ଗାଁର ଚାରି ପଟେ ପାହାଡ଼ ସନ୍ଧ୍ୟା ପାଞ୍ଚଟା ଛଅ ଟା ହେଲେ ରୋଷେଇ ବାସ କରି କବାଟ ଟାଟି ବନ୍ଦ କରି ଶୋଇପଡୁଛନ୍ତି କିଂନ୍ତୁ ଏବେ ତ ଖରା ମାସ ବିନା ଲାଇଟ ରେ ରହିବା ବହୁ କଷ୍ଟ । ସନ୍ଦ୍ୟା ସମୟରେ ରୋଷେଇ କରି ଟର୍ଚ୍ଚ ଲାଇଟ ମାରି ରୋଷେଇ କରୁଛନ୍ତି ଓ ଖାଉଛନ୍ତି। ଗାଁରେ ପିଇବା ପାଣି ପାଇଁ ଯିବାକୁ ପଢ଼ୁଛି ଗୋଟିଏ କିଲୋମିଟର । ଝରଣା ପାଣି ଶୋ, ମେଣ୍ଟାଉଥିବା ବେଳେ ଏଥିପାଇଁବି ବହୁ ବାଟ ଚାଲିବାକୁ ପଡୁଛି। ମାତର ଖରାଦିନେ ସମସ୍ୟା ଉତ୍କଟ ରୂପ ନିଏ। କାରଣ ଝରଣାରୁ ପାଣି ଶୁଣି ଗଲାଣି। ଗ୍ରାମରେ ପିଇବା ପାଣି ର ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହଁ।
ଗ୍ରାମବାସୀ କୁହନ୍ତି କି ତିତିଲି ବାତ୍ୟା ସମୟରେ ପୂର୍ବ ସରକାର କହିଥିଲେ କି ମୁଣ୍ଡ ଉପରେ ପକ୍କା ଘର, ପିଇବା ପାଣି, ପକ୍କା ରାସ୍ତା ଯୋଗାଇଦେବେ । କିନ୍ତୁ ସବୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା। ଏବେବି ଅନ୍ଧାରରେ ବିତୁଛି ଜୀବନ।