Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଲାତି ପରେ ଆଳୁ ଟେନସନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବିଲାତି ପରେ ଆଳୁ ଟେନସନ

Key Points

  • ବିଲାତି ପରେ ଆଳୁ ଟେନସନ
  • ୟୁପିରୁ ଆସିବା ଯାଏଁ କମିବନି ରେଟ୍ !
  • ୫୦ ଛୁଇଁଲାଣି କିଲୋ

ଅର୍ଗସ ବ୍ୟୁରୋ: ୫ ଦିନ ତଳେ ଥିଲା ୧୦ ଆଜି ଛୁଇଁଲାଣି ୫୦ । ଦିନ କେଇଟାରେ ଆଳୁ ଦର ଏମିତି ମହରଗ ହେଲାଣି ଯେ ଆକ୍ତାମାକ୍ତା ହେଲେଣି ଖାଉଟି । କିଛି ଖୁଚୁରା ଦୋକାନରେ ମନଇଚ୍ଛା ଦର ବଢୁଥିବା ନେଇ ଅଭିଯୋଗ ବି ହୋଇଛି । ରୋଷେଇ ଘରକୁ ଯାଉ ଯାଉ ଯାହାର ସବୁଠୁ ଅଧିକା ଦରକାର ତାହାର ଭାଉ ବଢିବା ପରେ ଏବେ ଚିନ୍ତାରେ ଗୃହିଣୀ । ପରିବା ଦର ତ ଯାହା ନାଲିଆଖି ଦେଖାଉଥିଲା ଦେଖାଉଥିଲା ବର୍ତ୍ତମାନ ଆଳୁ ବି ସେଇ ଡରାଣ ଡରାଉଛି । 

ଆଳୁ ଦର ଉପରେ ନାହିଁ କାହାର ବି ନିୟନ୍ତ୍ରଣ । ପଶ୍ଚିମବଙ୍ଗରେ ସମସ୍ୟା ହେଲେ ଓଡ଼ିଶାରେ ବଢୁଛି ଦର । ବଜାରରେ ଆଳୁ ଦର ୪୫ ରୁ ୫୦ ଟଙ୍କା ଥିବାରୁ ଚିନ୍ତାରେ ଖାଉଟି । ରୋଷେଇ ଘରୁ ଉଭାନ ହେବାକୁ ବସିଛି ଆଳୁ । ପଶ୍ଚିମବଙ୍ଗର ପ୍ରଶାସନର ଆଳୁ କଟକଣା ଯୋଗୁଁ ଓଡ଼ିଶାରେ ହନ୍ତସନ୍ତ ହେଉଛନ୍ତି ଖାଉଟି । ଓଡିଶାକୁ ଆଳୁ ଦେବାକୁ ବାରଣ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଆଳୁ ଟ୍ରକକୁ ସୀମା ପାର ହୋଇ ଓଡିଶା ଆସିବାକୁ ଦେଉନି ପଶ୍ଚିମବଙ୍ଗ ପୋଲିସ । ଯେଉଁ ଆଳୁ ବୋଝେଇ ଟ୍ରକ ଓଡିଶା ଭିତରକୁ ଆସିବାର ଥିଲା, ସେସବୁକୁ ଓଡିଶା-ପଶ୍ଚିମବଙ୍ଗ ସୀମା ସୋନାକନିଆରୁ ଗାଡ଼ି ଫେରାଉଛି ପଶ୍ଚିମ ବଙ୍ଗ ପୋଲିସ । ଯେମିତି ଆଳୁ ଟ୍ରକ ଓଡିଶା ମଧ୍ୟକୁ ପ୍ରବେଶ ନକରେ ସେଥି ପାଇଁ କଡ଼ାକଡ଼ି ଯାଞ୍ଚ କରୁଛି ପଶ୍ଚିମବଙ୍ଗ ପ୍ରଶାସନ । ଓଡ଼ିଶାର ଗୋଦାମ ମାଲିକଙ୍କ ଗାଡି ମଧ୍ୟ ପଶ୍ଚିମବଙ୍ଗରେ ଫସି ରହିଛି ।

ତେବେ ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ। ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଅଟକି ରହିଛି ଶହ ଶହ ଆଳୁ ଟ୍ରକ । ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଏଯାଏଁ ମିଳିନାହିଁ । ତେଣୁ ସୀମା ପାର କରିପାରୁନି ଟ୍ରକ୍‌, ସୀମା ଏପଟେ ବଢୁଛି ଆଳୁଦର । ଏପଟେ, ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି। ଦର ବଢ଼ିବା ପରେ ଆଇଗେଣିଆ ଆଳୁ ଗୋଦାମରେ ପହଁଚିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ବିଭାଗ ପକ୍ଷରୁ ବଜାର ପରିଦର୍ଶନ ସହ ଯାଞ୍ଚ ଆରମ୍ଭ ହୋଇଛି । ଆଳୁ ଉତ୍ପାଦନ ଓ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିଲେ ଏଭଳି ସ୍ଥିତି ଉପୁଜିନଥାନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Potatoes Rise Hike | Argus News