Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜୟ ଜଗନ୍ନାଥ କହି ସମ୍ଭୋଧନ କଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଜୟ ଜଗନ୍ନାଥ କହି ସମ୍ଭୋଧନ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଚଣ୍ଡିଖୋଲରେ ରେଳ, ଜାତୀୟ ରାଜପଥ ଆଦି 16ଟି ପ୍ରକଳ୍ପର ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁଭାରମ୍ଭ ପରେ ଜୟ ଜଗନ୍ନାଥ କହି ଉପସ୍ଥିତ ଜନତାଙ୍କୁ ସମ୍ଭୋଧନ କଲେ ପ୍ରଧାନମନ୍ତ୍ରୀ । ଜଗନ୍ନାଥ ଓ ବିରଜାଙ୍କ ଆଶୀର୍ବାଦରୁ ଦେଶରେ ବିକାଶ ହେଉଛି କହିଲେ ମୋଦି । ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି । ଆଜିର ପ୍ରକଳ୍ପ ଓଡିଶାରେ ରୋଜଗାର ଯୋଗାଇବ । 

ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ । ଓଡ଼ିଶା ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ାଇଛୁ । ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍‌ ସମୟରେ ସରୁନଥିଲା । ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ ବୋଲି କହିଛନ୍ତି ମୋଦି । ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister addressed Jai Jagannath-in-chandikhol-jajpur | Argus News