ଲୋକସେବା ଭବନ କନଭେନସନ୍ ସେଣ୍ଟର ପହଞ୍ଚିଲେ ପ୍ରଧାନମନ୍ତ୍ରୀ
·1 year ago·1 min read

ଅର୍ଗସ ବ୍ୟୁରୋ: ଦେଶ ସୁରକ୍ଷା ପ୍ରସଙ୍ଗରେ ଭୁବନେଶ୍ବରରେ ଐତିହାସିକ ବୈଠକ । ଡିଜିପି/ଆଇଜିପି ସମ୍ମିଳନୀର ଆଜି ଦ୍ବିତୀୟ ଦିନ । ଲୋକସେବା ଭବନ କନଭେନସନ୍ ସେଣ୍ଟର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୃହମନ୍ତ୍ରୀ ଅମିତ ଶାହ, NSA ଅଜିତ୍ ଡୋଭାଲ ମଧ୍ୟ ଲୋକସେବା ଭବନରେ ପହଞ୍ଚିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ଦେଶ ସୁରକ୍ଷା ସମ୍ପର୍କିତ ସର୍ବୋଚ୍ଚ ବୈଠକ।
ଲୋକସେବା ଭବନର କନଭେନସନ ହଲରେ ୩ ଦିନ ଧରି ଚାଲିବ ଏହି ସମ୍ମିଳନୀ । ଏହି ଉଚ୍ଚସ୍ତରୀୟ ବୈଠକର ଏଜେଣ୍ଡାରେ ନକ୍ସଲବାଦ ଓ ଆତଙ୍କବାଦର ମୂଳୋତ୍ପଟନ ଏକ ପ୍ରମୁଖ ବିଷୟ ରହିବ। ପୂର୍ବରୁ ୨୦୨୬ ସୁଦ୍ଧା ଦେଶରୁ ମାଓବାଦ ସମାପ୍ତ କରିବାକୁ ଘୋଷଣା କରିସାରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ତେଣୁ ଏହି ବୈଠକରେ ତାର ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହେବ। ସେହିପରି ଆତଙ୍କବାଦର ମୁକାବିଲା ନେଇ ଏହି ସମ୍ମିଳନୀରେ ବନାଯିବ ଷ୍ଟ୍ରାଟେଜି। ଏହା ସହ ସାଇବର ଅପରାଧର ମୁକାବିଲା ଏହି ଡିଜିପି ବୈଠକର ଏକ ବଡ଼ ଏଜେଣ୍ଡା ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: