Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଉ ଥରେ ସେବା କରିବାକୁ  ସୁଯୋଗ  ଦେଇଛନ୍ତି ପ୍ରଧାନମନ୍ତ୍ରୀ : ଅଶ୍ୱିନୀ ବୈଷ୍ଣବ  

Odisha

ଆଉ ଥରେ ସେବା କରିବାକୁ  ସୁଯୋଗ  ଦେଇଛନ୍ତି ପ୍ରଧାନମନ୍ତ୍ରୀ : ଅଶ୍ୱିନୀ ବୈଷ୍ଣବ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଉ ଥରେ ସେବା କରିବାକୁ  ସୁଯୋଗ  ଦେଇଛନ୍ତି ପ୍ରଧାନମନ୍ତ୍ରୀ : ଅଶ୍ୱିନୀ ବୈଷ୍ଣବ  

ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ।  ରାଜ୍ୟସଭା ପ୍ରାର୍ଥୀ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।  ଅଶ୍ୱିନୀ କହିଛନ୍ତି ମୁଁ ଦଳର ଜଣେ ଶୃଙ୍ଖଳିତ  କର୍ମୀ।  ପ୍ରଧାନମନ୍ତ୍ରୀ ଏବଂ ଦଳର ନେତୃତ୍ୱଙ୍କୁ କୃତଜ୍ଞତା ଜଣାଉଛି ବୋଲି ଅଶ୍ୱିନୀ କହିଛନ୍ତି।  ଆଉ ଥରେ ସେବା କରିବାକୁ  ସୁଯୋଗ  ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ପ୍ରଧାନମନ୍ତ୍ରୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି  କହିଛନ୍ତି ଅଶ୍ୱିନୀ।  ମହାପ୍ରଭୁ  ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କରୁଛି ।

 ଓଡ଼ିଶାରୁ ତୃତୀୟ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି  ଅଶ୍ବିନୀ ବୈଷ୍ଣବ ।  ଏହା କେନ୍ଦ୍ର ବିଜେପି ନିର୍ବାଚନ ସମିତି ପକ୍ଷରୁ ଘୋଷଣା  କରାଯାଇଛି।  ପୂର୍ବରୁ ବିଜେଡି ପକ୍ଷରୁ ୨ ଜଣ ନାମାଙ୍କନ ଭରି ସାରିଥିବାବେଳେ ତୃତୀୟ ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଯାହା ଆଜି ସ୍ପଷ୍ଟ ହୋଇଛି । ଅଶ୍ୱିନୀ  ବୈଷ୍ଣବଙ୍କ ହଠାତ ଓଡ଼ିଶା ଗସ୍ତକୁ ନେଇ  ରାଜ୍ୟ ରଜନୀତିରେ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିଛି।   

ଅଧିକ ପଢନ୍ତୁ : ଓଡ଼ିଶାରୁ ନିର୍ବାଚନ ଲଢିବେ ଅଶ୍ବିନୀ ବୈଷ୍ଣବ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister has given an opportunity to serve once again: Ashwini Vaishnav | Argus News