ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

Key Points
ବର୍ଷକ ଭିତରେ ଷଷ୍ଠ ଥର
ଆତଙ୍କବାଦ ବିରୋଧରେ ବଡ଼ ଅଭିଯାନ ଅପରେସନ ସିନ୍ଦୂର
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ
ବର୍ଷକ ଭିତରେ ଷଷ୍ଠ ଥର। ପୁଣି ଆତଙ୍କବାଦ ବିରୋଧରେ ବଡ଼ ଅଭିଯାନ ଅପରେସନ ସିନ୍ଦୂର ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ କରାଯିବ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା । ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ୍ ଠାରୁ ବିଶାଳ ରୋଡ଼ ସୋ ରେ ଆସିବେ ପ୍ରଧାନମନ୍ତ୍ରୀ । ସବୁ ବିଧାନସଭାରୁ ପାଖାପାଖି 2 ଲକ୍ଷ ବିଜେପି କାର୍ଯ୍ୟକର୍ତ୍ତା ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବେ । ଏୟାର ପୋର୍ଟରୁ ଜନତା ମଇଦାନ ଭିତରେ 28ଟି ଜାଗାରେ ସ୍ବାଗତ ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ସେହିପରି ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡବଲ ଇଞ୍ଜିନ ସରକାରଙ୍କ ହିସାବ ଦେବେ ପିଏମ୍ । ବିଜେପି ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ଦେବେ ବିକାଶର ଭେଟି । । ଏହି ଅବସରରେ 19 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । 105ଟି ପ୍ରକଳ୍ପର ହେବ ଶିଳାନ୍ୟାସ ଓ ଉଦ୍ଘାଟନ । ଆୟୁଷ୍ମାନ ଭାରତ ବୟୋବନ୍ଦନ ଯୋଜନାରେ ବରିଷ୍ଠ ନାଗରିକଙ୍କୁ ବାଣ୍ଟିବେ ସ୍ବାସ୍ଥ୍ୟ କାର୍ଡ। ମୁଖ୍ୟମନ୍ତ୍ରୀ ଅନ୍ତଦ୍ୟୋୟ ଗୃହ ଯୋଜନାରେ ୫୦ ହଜାର ହିତାକାରୀଙ୍କୁ ଦେବେ କାର୍ଯ୍ୟାଦେଶ ।
📱 Get Argus News App
✨ବର୍ଷକରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ସଫଳ ହୋଇଥିବାରୁ ରାଜ୍ୟର ଲକ୍ଷପତି ଦିଦିଙ୍କ ସହ ବି କଥା ହେବେ ପିଏମ । ୧୨୩ କୋଟିର ଭଦ୍ରକ ଜିଲ୍ଲା କାରାଗାରର ଶିଳାନ୍ୟାସ କରିବେ । ୧୦୦ ଟି ଇ-ବସର ଶୁଭାରମ୍ଭ ବି କରିବେ । ଏହାସହ ବିଶେଷ ଭାବେ ବିଜେପି ସରକାରଙ୍କ ଭିଜନ ଓଡିଶା ୨୦୩୬ ଡକ୍ୟୁମେଣ୍ଟର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଯେଉଁଥିରେ ରହିଛି ୨୦୩୬ ସୁଦ୍ଧା ଓଡିଶାକୁ ବିକଶିତ କରିବାର ବ୍ଲୁ ପ୍ରିଣ୍ଟ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । 133 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ 500ରୁ ଅଧିକ ଅଫିସର ମୁତୟନ ଅଛନ୍ତି । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ ସହ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ରହିବେ। ଡ୍ରୋନ ଉଡ଼ାଇବା ଉପରେ ରୋକ ଲଗାଯାଇଛି।