Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି

Ritu Das
Browse all articles by Ritu Das
·1 year ago·2 min read
କଟକ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ଭୁବନେଶ୍ବର ଜନତା ମଇଦାନରେ ଉଦ୍‌ଘାାଟିତ ହୋଇଯାଇଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉତ୍କର୍ଷ ଓଡ଼ିଶା କନକେଭ୍‌କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଚଳିତ ଜାନୁଆରୀରେ ଓଡ଼ିଶାକୁ ଏହା ମୋର ଦ୍ବିତୀୟ ଗସ୍ତ। ଓଡ଼ିଶାରେ ଏହା ସବୁଠାରୁ ବଡ଼ ବ୍ୟାବସାୟିକ ସମ୍ମିଳନୀ। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ଅଧିକ। ଏହାସହ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ। ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନା ଉଜ୍ଜ୍ବଳ କରିଛନ୍ତି। ଏହି ସମୟ ଠିକ ସମୟ ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାକୁ ସମର୍ଥନ କରୁଛି। ବର୍ତ୍ତମାନ ଏଆଇର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ବ କରୁଛି।


ଓଡ଼ିଶା ବହୁତ ଜଲଦି ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରି ନ ଥିବେ ବୋଲି ପ୍ରଧାନମନ୍ତ୍ରୀ ମୋଦି। ସେହିପରି ଏହି କନକ୍ଲେଭ୍‌କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି। ବିଦେଶ ଗସ୍ତ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି। ଏହାର ସୁଫଳ ଆଜି ମିଳିବାକୁ ଯାଉଛି। ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ। ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଉପସ୍ଥିତ ଅଛନ୍ତି। କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ, କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା ପ୍ରମୁଖ ବ୍ୟବସାୟୀ ଉପସ୍ଥିତ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଆରମ୍ଭ ହୋଇଛି। ଏହା ୨ ଦୁଇଦିନ ଧରି ଚାଲିବ। ଏହି କନ୍‌କ୍ଲେଭରେ ଦେଶ ବିଦେଶରୁ ବହୁ ଶିଳ୍ପପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁଷ୍‌, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି କନ୍‌କ୍ଲେଭରେ ସାମିଲ ହେବେ ବୋଲି ଜଣାପଡ଼ିଛି। ୨ ଦିନରେ ହେବାକୁ ଥିବା ଏହି କନ୍‌କ୍ଲେଭରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କନ୍‌କ୍ଲେଭରେ ୪ଟି ପ୍ଲେନାରି ଅଧିବେଶନ ଏବଂ ୧୬ଟି କ୍ଷେତ୍ରୀୟ ଅଧିବେଶନ ରହିବ। ସେମି କଣ୍ଡକ୍ଟର, ଗ୍ରୀନ୍‌ ଏନର୍ଜୀ, ପେଟ୍ରୋ କେମିକାଲ ଓ ଜାହାଜ ନିର୍ମାଣ ଉପରେ ଫୋକସ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି। ବିଜେପି ସରକାରରେ ଗତ ୭ ମାସରେ ୨ଲକ୍ଷ ୭୫ ହଜାର କୋଟିର ନିବେଶ ପାଇଁ ୧୫୯ଟି ଶିଳ୍ପ ସଂସ୍ଥାକୁ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ ମିଳିଛି। ଏଥିରେ ୨ ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ କହିଛନ୍ତି।

Sponsored
Prime Minister Modi highlighted the historic significance of the Cuttack Baliyatra | Argus News