Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନି ତିନିଟି ଦୀପାବଳୀ ଉପହାର

Rashmita Mishra
Browse all articles by Rashmita Mishra
·1 year ago·2 min read
ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନି ତିନିଟି ଦୀପାବଳୀ ଉପହାର

Key Points

  • ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତିନି ତିନିଟି ଦୀପାବଳୀ ଉପହାର
  • ବରଗଡ଼ବାସୀଙ୍କୁ ମିଳିଲା ୫୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର
  • ଭୁବନେଶ୍ବର ଗୋଠପାଟଣାରେ ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟେରୀର କଲେ ଶୁଭାରମ୍ଭ
  • ଜଟଣୀରେ କେନ୍ଦ୍ରୀୟ ଯୋଗ ଓ ନେଚରୋପାଥି ଗବେଷଣା କେନ୍ଦ୍ରର ଦେଲେ ଶୁଭ

ଅର୍ଗସ ବ୍ୟୁରୋ: ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଗୋଟିଏ ଦିନରେ ଓଡ଼ିଶାକୁ ତିନି ତିନିଟି ଉପହାର ଦେଇଛନ୍ତି ମୋଦି ସରକାର। ଧନନ୍ତ୍ଵରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ବରଗଡ଼ବାସୀଙ୍କ ମିଳିଛି ବଡ଼ ଗିଫ୍ଟ। ୫୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର ବ୍ଲକର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ବରଗଡ଼ ମୁଖ୍ୟ ଚିକିତ୍ସାଳୟର ଏକ ଶାଖା ରୂପେ ଏହା ପରିଚାଳିତ ହେବ l ବରଗଡ଼ DHHରେ ପୂର୍ବରୁ ଆଇସିୟୁ ବ୍ୟବସ୍ଥା ନଥିବା ବେଳେ ଏବେ କ୍ରିଟିକାଲ କେୟାର ବ୍ଲକରେ ୧୦ ଟି ଆଇସିୟୁ ବେଡର ବ୍ୟବସ୍ଥା ରହିଛି I ଏହା ସହ ୮ HDU ବେଡ୍, ୨ ଟି ଡ଼ାଏଲିସିସ୍ ବେଡ ସହ ଅପରେସନ ଥିଏଟର, ଟ୍ରମା କେୟାର ଆଦି ସୁବିଧା ଉପଲବ୍ଧ ହେବ I ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨ ମହଲା ବିଶିଷ୍ଟ କ୍ରିଟିକାଲ କେୟାର ବ୍ଲକ୍ ଜିଲ୍ଲା ବାସୀଙ୍କ ପାଇଁ ବରଦାନ ସାଜିବ I ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଭିସି ମଧ୍ୟମରେ ଉଦ୍ଘାଟନ କରିଛନ୍ତି। ବରଗଡ଼ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ଵିନୀ ଷଡଙ୍ଗୀ, ନିହାର କୁମାର ମହାନନ୍ଦ, ଇରଶିଷ ଆଚାର୍ଯ୍ୟ, ସନତ ଗଡତିଆ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ଭୁବନେଶ୍ବର ଉପକଣ୍ଠ ଗୋଠପାଟଣାଠାରେ ଡ୍ରଗ୍ସ ଟେଷ୍ଟିଂ ଲବ୍ରୋଟେରୀ ସେଣ୍ଟର ମଧ୍ୟ ଭିସି ଜରିଆରେ ଉଦଘାଟନ କରିଛନ୍ତି ପିଏମ୍। ଏହି ଲବରୋଟୋରୀ ଯୋଗୁଁ ଏଣିକି ଔଷଧଗୁଡ଼ିକର ମାନ ପରୀକ୍ଷା ଓଡ଼ିଶାରେ ହିଁ ହୋଇପାରିବ ଆଉ ବାହାର ରାଜ୍ୟକୁ ସାମ୍ପଲ ପଠାଇବା ଆବଶ୍ୟକ ପଡ଼ିବ ନାହିଁ। ଦେଶର ହାତ ଗଣତି ରାଜ୍ୟରେ ରହିଛି ଏପରି ଡ୍ରଗ୍ସ ଟେଷ୍ଟିଂ ଲାବରୋଟାରୀ। ଏହାର ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଭୁବନେଶ୍ବର ସାଂସଦ ବି ସାମିଲ ହୋଇଥିଲେ। 

ଏହାଛଡ଼ା ଖୋର୍ଦ୍ଧା- ଚନ୍ଦକା ଥାନା ବିଂଝଗିରି ରେ କେନ୍ଦ୍ରୀୟ ଯୋଗ ଓ ନେଚରୋପାଥି ଗବେଷଣା କେନ୍ଦ୍ର ପାଇଁ ଭିଡିଓ କନ୍ଫରେନ୍ଟିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଠାରେ ୨୦ ଏକର ପରିମିତ ଜାଗାରେ  ୯୦ କୋଟି ଟଙ୍କା ବ୍ୟୟ ରେ ୧୦୦ଶଯ୍ୟା ବିଶିଷ୍ଟ ପ୍ରାକୃତିରକ ଚିକିତ୍ସା କେନ୍ଦ୍ର ସ୍ଥାପନ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Prime Minister Modi's gift of three lamps to Odisha | Argus News