Videos
|
Odisha

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Rashmita Mishra
Browse all articles by Rashmita Mishra
·1 year ago·1 min read
କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଘରେ ପ୍ରଧାନମନ୍ତ୍ରୀଙ୍କ ପୂଜାର୍ଚ୍ଚନା ଘଟଣା। କଂଗ୍ରେସକୁ କଡ଼ା ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ କ୍ଷମତା ପାଇଁ ଦେଶ ବିଭାଜନ ଲକ୍ଷ୍ୟରେ କଂଗ୍ରେସ। ଗଣେଶ ପୂଜା କେବଳର ଆସ୍ଥାର ପର୍ବ ନୁହେଁ, ବରଂ ଆମ ଦେଶର ସ୍ୱାଧୀନତା ପାଇଁ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ଗଣେଶ ଉତ୍ସବ ଆମ ଏକତାର ପ୍ରତୀକ। କ୍ଷମତାର କ୍ଷୁଧା ପାଇଁ  ଜାତି ନାମରେ ଦେଶକୁ ବିଭାଜନ କରିବା, ସମାଜକୁ ବିଷାକ୍ତ କରିବା ଥିଲା ବ୍ରିଟିଶଙ୍କ ଅସ୍ତ୍ର । ସେତେବେଳେ ଗଣେଶ ପୂଜା ଦେଶକୁ ଏକଜୁଟ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା। ଆଉ ଏବେ ଇଂରେଜଙ୍କ ଅନୁଗତ ସମାନ ପନ୍ଥା ଆପଣାଉଛନ୍ତି। ଗଣେଶ ପୂଜାରେ କର୍ଣ୍ଣାଟକରେ ସବୁ ସୀମା ଟପିଗଲା କଂଗ୍ରେସ। ତେବେ ଏଭଳି ଘୃଣା ସୃଷ୍ଟିକାରୀଙ୍କୁ ଆଗକୁ ବଢ଼ିବାକୁ ଦେବାନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଗଣେଶ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପୂଜାର୍ଚ୍ଚନା କରିଥିଲେ। ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ ଯାହାକୁ ନେଇ ଭୁବନେଶ୍ବରରେ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି ଚିନ୍ତାଧାରା ଦେଶ ପାଇଁ ବିପଦ ବୋଲି ସେ କହିଛନ୍ତି।ଦେଶ ସ୍ବାଧୀନତାର କଥା କହି କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦୀ । ଆଉ ଇଂରେଜ ଅନୁଗତ କଥା କହି ଖୋଲି ଦେଇଛନ୍ତି ମୁଖା 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

 

Prime Minister Narendra Modi on Congress | Argus News