Videos
|
Odisha

ଆସୁଛନ୍ତି ମୋଦି, ହାଇଆଲର୍ଟରେ ରାଜଧାନୀ

Smruti Parija
Browse all articles by Smruti Parija
·1 year ago·1 min read
ଆସୁଛନ୍ତି ମୋଦି, ହାଇଆଲର୍ଟରେ ରାଜଧାନୀ

Key Points

ଆଜି ଉତ୍କର୍ଷ ଓଡ଼ିଶାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର 

ଭୁବନେଶ୍ୱର: ଆଜି ଉତ୍କର୍ଷ ଓଡ଼ିଶାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଆଗମନ ପାଇଁ ହାଇଆଲର୍ଟରେ ରହିଛି ରାଜଧାନୀ ଭୁବନେଶ୍ବର । ବିମାନବନ୍ଦର ଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 60 ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ଓ 400 ରୁ ଅଧିକ ଅଫିସରଙ୍କୁ ମୁତୟନ କରାଯାଇଛି ।


ସିସିଟିଭି ନଜରରେ ରହିଛି ପୁରା ରାଜଧାନୀ । ରୂପଟପ ସୁରକ୍ଷା ବ୍ୟବସ୍ଥା ସହ ହୋଟେଲମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ବିମାନ ବନ୍ଦରରୁ ଜନତା ମୈଦାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଟ୍ରାଫିକ କଟକଣା ମଧ୍ୟ ରହିବ । ରାସ୍ତାର ଉଭୟ ପାର୍ଶ୍ବକୁ ବ୍ଳକିଂ କରାଯିବ । ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନକୁ ନୋ ଫ୍ଲାଇଂ ଜୋନ ଘୋଷଣା କରିଛି କମିସନରେଟ ପୋଲିସ । ବ୍ଲୁ ବୁକ ଗାଇଡ଼ ଲାଇନ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସକାଳ ୧୦.୨୫ ରୁ ୧୧.୧୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ନାଲକୋ ଛକ ପର୍ଯ୍ୟନ୍ତ ଏବଂ ଅପରାହ୍ନ ୧୨.୨୦ ମିନିଟ୍‌ରୁ ୧.୦୫ ପର୍ଯ୍ୟନ୍ତ ନାଲକୋ ଛକରୁ ଏୟାରପୋର୍ଟ ଛକକୁ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ ।


ଆଜି 5ଟି ଓ ଆସନ୍ତାକାଲି 10ଟି ଅଧିବେଶନ ଅନୁଷ୍ଠିତ ହେବ । ଜାନୁଆରୀ 28-29 ଦୁଇ ଦିନ ଧରି 4ଟି ପ୍ଲେନାରି ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲଟେବୁଲ ବୈଠକ ରହିଛି । ମହାକୁମ୍ଭରେ 16 ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ ।


ଆଜିଠୁ ଓଡିଶାର ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା

prime-minister-narendra-modi-to-inaugurate-utkasrh-odisha-today | Argus News