|
logo
Live

Argus News - ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ

Odisha

ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ

Smruti Parija
Browse all articles by Smruti Parija
·1 year ago·1 min read
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ

ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇଁ ଜନପଥରେ ଏକାଠି ହୋଇଥିଲେ ଲକ୍ଷାଧିକ ଲୋକ । ଜନନାୟକଙ୍କୁ ଭେଟିବାକୁ ଜନସମୁଦ୍ର ପାଲଟିଥିଲା ଜନପଥ । ମୋଦିଙ୍କୁ ପାଖରୁ ପାଇ କିଏ ସେଲଫି ଉଠାଉଥିଲା, ତ କିଏ ଭିଡିଓ କରୁଥିଲା । ମୋଦି ମୋଦି ନାରାରେ କମ୍ପିଲା ଜନପଥ । 

ରାମମନ୍ଦିରରୁ ବାଣୀବିହାର ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ସଭାପତି ମୋନମୋହନ ସାମଲ ଓ ଅପରାଜିତା ଷଡଙ୍ଗୀ ରୋଡ ସୋ' ରେ ସାମିଲ ହୋଇଥିଲେ । ରୋଡ ସୋରେ ପାରମ୍ପିରକ ପୋଷାକ ପିନ୍ଧି ମହିଳାମାନେ ଚାଲୁଥିବା ଦେଖିବାକୁ ମିଳିଥିଲା । 

ରୋଡ ସୋ ସାରି ରାଜଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ରାଜଭବନରେ ରାତ୍ରି ବିଶ୍ରାମ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାଲି ଆଉ 3ଟି ଜନସଭାକୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ  ଭାରତ ଖବର...

Sponsored
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ | Argus News