ଭାରତୀୟ ପ୍ରବାସୀ ହେଉଛନ୍ତି, ଭାରତର ରାଷ୍ଟ୍ରଦୂତ: ମୋଦି

ଅର୍ଗସ ବ୍ୟୁରୋ: 18ତମ ପ୍ରବାସୀ ଭାରତୀୟ ଦିବସ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ...। ଭଗବାନ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ୱାଗତ କଲେ ମୋଦି । 1915 ମସିହାରେ ମହାତ୍ମା ଗାନ୍ଧୀ ଭାରତକୁ ଫେରିଥିଲେ । ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ଅତ୍ୟନ୍ତ ବିଶେଷ । ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ପ୍ରତିବିମ୍ବ । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଐତିହ୍ୟ ସ୍ଥଳୀ ରହିଛି । ସମ୍ରାଟ ଅଶୋକଙ୍କ ସମୟର ଓଡ଼ିଶା କଥା କହିଲେ ପ୍ରଧାନମନ୍ତ୍ରୀ । ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି । ଓଡ଼ିଶାକୁ ସମସ୍ତଙ୍କୁ ସ୍ଵାଗତ କରିବା ମୋ ପାଇଁ ବିଶେଷ ବୋଲି କହିଲେ ମୋଦି ।
ଭାରତୀୟ ପ୍ରବାସୀ ହେଉଛନ୍ତି, ଭାରତର ରାଷ୍ଟ୍ରଦୂତ ।
ପ୍ରବାସୀ ମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେ ନି ଭୁଲି ହେବ ନାହିଁ । ସମସ୍ତ ପ୍ରବାସୀ ମାନଙ୍କୁ ଧନ୍ୟବାଦ୍ ଦେଲେ ମୋଦି । କାରଣ ଆପଣ ମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗର୍ବରେ ମୁଣ୍ଡ ଉପରକୁ ରଖି ଚାଲିବାର ସୁଯୋଗ ମିଳେ । ଦୁନିଆର ପ୍ରତ୍ୟେକ ନେତା ଭାରତୀୟ ପ୍ରବାସୀ ମାନଙ୍କର ପ୍ରଶଂସା କରନ୍ତି । ଗଣତନ୍ତ୍ର ଆମ ଜୀବନର ଅଂଶ । ବିବିଧତା ଆମକୁ ଶିଖାଇବାକୁ ପଦ୍ଦେ ନାହିଁ । ଆମ ଜୀବନ ବିବିଧତାରେ ହିଁ ଚାଲେ । ଆମେ ଯେଉଁ ଦେଶକୁ ଯାଆନ୍ତି, ସେହି ଦେଶର ବିକାଶ ପାଇଁ ସହଯୋଗ କରିଥାଆନ୍ତି । ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଗତିରେ ଆଗକୁ ବଢୁଛି, ତାହା ଅପୂର୍ବ ବୋଲି କହିଲେ ମୋଦି । ଭାରତରେ 25 କୋଟି ଲୋକ ଗରିବ ସୀମା ରେଖା ତାକୁ ବାହାରକୁ ଆସୁଛନ୍ତି । 10 ବର୍ଷରେ ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଛି ଭାରତ । ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବା ପାଇଁ ଭାରତକୁ ବେଶୀ ଦିନ ଲାଗିବ ନାହିଁ ।
ଡିଜିଟାଲ ଟେକ୍ନୋଲୋଜି ପାଇଁ ଭାରତ ଆଜି ସମଗ୍ର ବିଶ୍ବରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛି । ମେଟ୍ରୋ, ବୁଲେଟ ଟ୍ରେନ ପ୍ରକଳ୍ପ ଭଳି ଯୋଜନା ଦ୍ଵାରା ଭାରତ ପ୍ରଗତିର ଗତି ରେକର୍ଡ ଭାଙ୍ଗୁଛି । ମେଡ ଇନ୍ ଇଣ୍ଡିଆ ପ୍ଲେନ୍ ତିଆରି କରୁଛି ଭାରତ । ଭାରତର ବୈଶିକ ଭୂମିକା ବଢୁଛି । ଭାରତର ମତ ସାରା ଦୁନିଆ ଶୁଣିଛି । ଭାରତର ଦକ୍ଷତା ଆଜି ସାରା ବିଶ୍ବ ଦେଖୁଛି ।
ଆସନ୍ତା କାଲି ରାଷ୍ଟ୍ରପତି ଅନେକ ପ୍ରବାସୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ବି ଦେବେ । ଆଗାମୀ କିଛି ବର୍ଷ ଭିତରେ ଭାରତ ସବୁଠୁ ଯୁବ ସ୍କିଲଡ ଦେଶରେ ପରିଣତ ହେବ । କୌଣସି ଭାରତୀୟ ବିଦେଶ ଗଲେ ଉନ୍ନତ କୌଶଳ ସହ ଯାଆନ୍ତୁ । ସେଥିପାଇଁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର ।
ଆଜିର ଭାରତ ବିକାଶ ବି ବିରାସତ ବି ମନ୍ତ୍ର ନେଇ ଆଗକୁ ବଢୁଛି । 1947ରେ ଭାରତ ସ୍ଵାଧିନତାରେ ପ୍ରବାସୀଙ୍କ ବଡ଼ ଅବଦାନ ଥିଲା । ସେମାନେ ବିଦେଶରେ ରହି ଅନେକ ସହଯୋଗ କରିଥିଲେ । 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି । ପ୍ରବାସୀ ମାନେ ଅନ୍ୟ ଦେଶ ସହ ଭାରତରେ ମଧ୍ୟ ନିବେଶ କରୁଛନ୍ତି । ଆପଣଙ୍କ ପ୍ରତିଟି ପ୍ରୟାସ ଭାରତକୁ ବିକଶିତ ଦେଶ ଆଡ଼କୁ ନେଇଯିବ । ଐତିହ୍ୟ ପର୍ଯ୍ୟଟନର ଗୋଟିଏ ଭଲ ସେକ୍ଟର । ଆପଣ ମଧ୍ୟ ନିଜ ପିଲା ମାନଙ୍କୁ ଭାରତର ଗାଁ ଗୁଡ଼ିକୁ ନିଅନ୍ତୁ । ସେମାନେ ତାଙ୍କର ଅଭିଜ୍ଞତା ଭାରତୀୟ ପିଲାଙ୍କ ସହ ବାଣ୍ଟନ୍ତୁ ।
📱 Get Argus News App
✨ଭାରତର ପ୍ରକୃତ ଇତିହାସକୁ ବିଦେଶରେ ପହଞ୍ଚାଇବା ପାଇଁ ପ୍ରବାସୀ ମାନଙ୍କୁ ଉଦ୍ୟମ କରିବାକୁ ପଡ଼ିବ । ଭାରତ ଆଜି ବିଶ୍ଵ ବନ୍ଧୁ ଭାବେ ଜଣା ଯାଏ । ଏହାକୁ ଆହୁରି ଆଦୃତ କରିବା ପାଇଁ ଆହୁରି ପ୍ରୟାସ କରିବାର ଆବଶ୍ୟକ ଅଛି । ନିଜ ନିଜ ଦେଶରେ ପୁରସ୍କାର ବିତରଣ ସମାରୋହ ଆୟୋଜନ କରିବାକୁ ଆହ୍ଵାନ କଲେ ମୋଦି । ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ଲୋକଙ୍କୁ ଡାକି ସେମାନଙ୍କୁ ସମ୍ମାନିତ କରିବା ସହ ପୁରସ୍କାର ଦିଅନ୍ତୁ । ଏହା ଦ୍ବାରା ସେ ଦେଶର ଲୋକଙ୍କ ସହ ଆପଣ ମାନଙ୍କର ସମ୍ପର୍କ ବଢିବ । ବିକଶିତ ଭାରତର ନିର୍ମାଣରେ ଆପଣ ମାନଙ୍କ ବଡ଼ ଅବଦାନ ଚଳୁଛି ଦେଶ । ମାଆ ପାଇଁ ଗଛ ଟିଏ ଅଭିଯାନ କରିବା ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ କଲେ ମୋଦି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: