|
logo
Live

Argus News - ଶ୍ରେଷ୍ଠ ଜିଲ୍ଲା ଭାବରେ କୋରାପୁଟକୁ ପିଏମ୍ ଆୱାର୍ଡରେ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ

Odisha

ଶ୍ରେଷ୍ଠ ଜିଲ୍ଲା ଭାବରେ କୋରାପୁଟକୁ ପିଏମ୍ ଆୱାର୍ଡରେ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·11 months ago·1 min read
ଶ୍ରେଷ୍ଠ ଜିଲ୍ଲା ଭାବରେ କୋରାପୁଟକୁ ପିଏମ୍ ଆୱାର୍ଡରେ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ

ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ପାଇବ କୋରାପୁଟ । ଦେଶର ଶ୍ରେଷ୍ଠ ଜିଲ୍ଲା ଭାବରେ ପ୍ରଧାନମନ୍ତ୍ରୀ ପୁରସ୍କରା ପାଇବ କୋରାପୁଟ । କେନ୍ଦ୍ର ସରକାରଙ୍କ ୧୧ ଗୋଟି ଯୋଜନାର ରୂପାୟନ ସଂପର୍କରେ ଆକଳନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଅଧିକାରୀମାନେ କୋରାପୁଟ ଜିଲ୍ଲା ଆସି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ସକ୍ଷମ ଅଙ୍ଗନବାଡି ଓ ପୋଷଣ ,ପିଏମ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ,ପିଏମ ବିଶ୍ଵକର୍ମା , କିଷାନ କାର୍ଡ , ମିଶନ ଟୀକାକରଣ ,ପିଏମ ଜନ ଆରୋଗ୍ୟ ଯୋଜନା , ହରଘର ଜଳ (ଜଳ ଜୀବନ ମିଶନ), ପ୍ରଧାନମନ୍ତ୍ରୀ ସହର ଓ ଗ୍ରାମୀଣ ଆବାସ ଯୋଜନା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯୋଜନାର ରୂପାୟନ ଆକଳନ କରିବା ସହ ହିତାଧିକାରୀମାନଙ୍କ ସହ ପୂର୍ବରୁ ଆଲୋଚନା କରିଥିଲେ ।


ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଏହି ସମସ୍ତ ୧୧ ଗୋଟି ଯୋଜନାକୁ କୋରାପୁଟ ଜିଲ୍ଲାରେ ସଫଳ ରୂପାୟନ କରି ପାରିଥିବାରୁ କୋରାପୁଟ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଭାବେ ପ୍ରଧାନମନ୍ତ୍ରୀ ପୁରସ୍କାର ଦେବା ପାଇଁ ମନୋନୀତ କରାଯାଇଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟର ମାଧ୍ୟମରେ କୋରାପୁଟ ଜିଲ୍ଲାପାଳ ଭି.କୀର୍ତି ଭାଷନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ରାଜ୍ୟର 5 ଶ୍ରେଷ୍ଠ ଜିଲ୍ଲା ଭାବେ କୋରାପୁଟକୁ କେନ୍ଦ୍ର ସରକାରଙ୍କ ତରଫରୁ ସ୍ଥାନ ଦିଆଯାଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଭି.କୀର୍ତି ଭାଷନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶ୍ରେଷ୍ଠ ଜିଲ୍ଲା ଭାବରେ କୋରାପୁଟକୁ ପିଏମ୍ ଆୱାର୍ଡରେ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ | Argus News