Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା କାଲି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·2 min read
ଆସନ୍ତା କାଲି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଠୁ ଆରମ୍ଭ ହେବାକୁ ଯାଉଛି ଓଡିଶାର ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା। ଜନତା ମଇଦାନରେ ଜମିବ ବଡ ବଡ ଶିଳ୍ପ ପତିଙ୍କ ଆସର । କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୱେବସାଇଟ ଜରିଆରେ ପାଖାପାଖି 7500 ଜଣ ଶିଳ୍ପ ପ୍ରତିନିଧି ନାଁ ପଞ୍ଜିକରଣ କରିଛନ୍ତି । ସରକାରଙ୍କ କହିବା ଅନୁଯାୟୀ ମହାକୁମ୍ଭରେ 16 ଟି ଦେଶର କୁଟନୈତିଜ୍ଞ ଏବଂ ପ୍ରତିନିଧି ଯୋଗ ଦେବେ । ଶିଳ୍ପପତି ଏସ୍ ଏଲ ମିତ୍ତଲ, ଓମ ମଙ୍ଗଲମ ବିର୍ଲା, ଅନୀଲ ଅଗ୍ରୱାଲ, ହିତେଶ ଯୋଶୀ, ଟି ବି ନରେନ୍ଦ୍ରନ, କରଣ ଆଦାନୀ, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ପ୍ରାକ୍ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ଅଂଶ ସ୍ବରୂପ ହେବ CII ନ୍ୟାସନାଲ୍ କାଉନସିଲ୍ ଅଧିବେଶନ ।


ଚଳିତ ଥର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରୋସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ କ୍ଷେତ୍ର ଭାବେ ଚୟନ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି 12ଟି ରାଷ୍ଟ୍ର 'କଣ୍ଟ୍ରି ଅଫ ଫୋକସ' ରହିବାକୁ ନିମନ୍ତ୍ରଣ ହୋଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ 11 ଟାରେ ଉଦଘାଟନ ହେବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । କନକ୍ଲେଭର 2 ଦିନରେ ବିଭିନ୍ନ କ୍ଷେତ୍ର ପାଇଁ ଅନୁଷ୍ଠିତ ହେବ 15ଟି ସ୍ଵତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ 5ଟି ଓ ଦ୍ଵିତୀୟ ଦିନରେ 10ଟି ଅଧିବେଶନ ଅନୁଷ୍ଠିତ ହେବ। ଜାନୁଆରୀ 28-29 ଦୁଇ ଦିନ ଧରି 4ଟି ପ୍ଲେନାରି ସେସନ, 16ଟି ସେକ୍ଟରାଲ ସେସନ ଓ 4ଟି ଗୋଲଟେବୁଲ ବୈଠକ ରହିଛି । ଶିଳ୍ପ ମନ୍ତ୍ରୀ କହିଛନ୍ତି ବିଗତ ଦୁଇ ଦଶନ୍ଧି ଧରି ଶିଳ୍ପ ମରୁଭୂମି ପାଲଟି ଥିଲା ଓଡ଼ିଶା । ଶିଳ୍ପ ଭାଗିରଥି ସାଜି ଶିଳ୍ପପତି ମାନଙ୍କୁ ଧରି ଓଡ଼ିଶା ପ୍ରଥମ ଥର ପାଇଁ ଆସିବେ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୋଦିଙ୍କ ପଛେ ପଛେ ବହିବ ଶିଳ୍ପର ଗଙ୍ଗା । ନୂଆ ସରକାର ଆସିବାର 7 ମାସ ମଧ୍ୟରେ 159 ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୋହନ ସରକାର । ଏଥିରେ 2 ଲକ୍ଷ 75 ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଓଡ଼ିଶାକୁ ଆସିଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି 2 ଲକ୍ଷ 15 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ନିକଟରେ ସିଙ୍ଗାପୁର ସହିତ ଓଡିଶା ସରକାର ସବୁଜ ଶକ୍ତି, ଶିଳ୍ପ ଭିତ୍ତିଭୂମି ଏବଂ ଦକ୍ଷତା କ୍ଷେତ୍ରରେ 8ଟି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ତେବେ ଚଳିତ ଇନଭେଷ୍ଟର୍ସ ମିଟ୍‌ରେ 5 ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ଆଶା ରଖିଛନ୍ତି ସରକାର । ଯାହା ଫଳରେ ରାଜ୍ୟରେ 3.5 ଲକ୍ଷରୁ ଅଧିକ ନିଯୁକ୍ତି ସମ୍ଭାବନା ମଧ୍ୟ ସୃଷ୍ଟି ହୋଇପାରିବ । ଏହି କାର୍ଯ୍ୟକ୍ରମରେ 100ରୁ ଅଧିକ ନିବେଶକ ଚୁକ୍ତି ସ୍ବାକ୍ଷର କରିବାର ସମ୍ଭାବନା ରହିଛି । 

Sponsored
Prime Minister to inaugurate Excellence Odisha Conclave tomorrow | Argus News