Videos
|
Odisha

ସିଡିଓ ଏବଂ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରଙ୍କ କଡା ତାଗିଦ୍

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ସିଡିଓ ଏବଂ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରଙ୍କ କଡା ତାଗିଦ୍

Key Points

ସିଡିଓ ଏବଂ ବିଡିଓମାନଙ୍କୁ ମୁଖ୍ୟମନ୍ତ୍ରଙ୍କ କଡା ତାଗିଦ୍
ବିଜେଡି ପ୍ରୀତି ଛାଡ଼ ନୂଆ ସରକାରଙ୍କ ଭିଜନ ପାଇଁ କାମ କର
ପୁରୁଣା ଅଭ୍ୟାସ ନ ଛାଡିଲେ ଆଉ ମିଳିବନି କ୍ଷମା
ଭିଜଲାନ୍ସ ଙ୍କୁ ଖୋଲା ଛାଡି ଥିବା କହି ଦୁର୍ନୀତିଖୋରଙ୍କୁ ଵି ଦେଲେ ଚେତାବନୀ

ଏବେ ଵି ବିଜେଡି ସରକାର ଫର୍ମାଟରେ ଚାଲିଛନ୍ତି କିଛି ଅଫିସର । ବିଧାୟକ ସାଂସଦ ଙ୍କ କଥା ଶୁଣୁ ନାହାନ୍ତି ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଏଭଳି ହେଲେ ଆଉ ସହ୍ୟ କରାଯିବନି ବରଂ ସେହି ଅଧିକାରୀ ବିରୋଧ ରେ ଆକ୍ସନ ହେବ ବୋସି ସିଧାସିଧା ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ ଚରଣ ମୋହନ ମାଝୀ । ସିଡିଓ ଓ ବିଡ଼ିଓ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମୋର ଭାଷଣ ଆସିଲେ ଟିଭି ବନ୍ଦ କରି ଲୋକଙ୍କୁ ପଳାଇ ଯିବାକୁ କହୁଛନ୍ତି କିଛି ଅଧିକାରୀ । ଏବେ ଆଉ ସେକାଳ ପଖାଳ ନାହିଁ । ଜିଲ୍ଲାପାଳ ଙ୍କ ଦ୍ୱାରା ବିଡ଼ିଓ ଙ୍କ ରିପୋର୍ଟ ମଗାଯାଇ କାମ କରୁ ନ ଥିବା ଅଧିକାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବ୍ଲକକୁ ଆସି ଅଭିଯୋଗ କରୁଥିବା ଲୋକଙ୍କୁ ଦୟାର ପାତ୍ର ନୁହେଁ ସେମାନେ ଅଧିକାରର ପାତ୍ର। ସେମାନଙ୍କ ଅଭିଯୋଗର ସମାଧାନ ପାଇଁ ମଞ୍ଚ ଉପରୁ ଦେଇଛନ୍ତି ନିର୍ଦେଶ ସିଏମ୍।

ସେପଟେ ପାନୀୟ ଜଳ, ମନରେଗା କାମ ଓ ପକ୍କା ଘର ପାଇଁ ଲୋକ ହନ୍ତସନ୍ତ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗଜପତି ଜିଲ୍ଲା ରେ ଲୋକ ପିଇବା ପାଇଁ ପାଉ ନ ଥିବା ଏକ ଖବର କୁ ଉଦାହରଣ ଦେଇ ପୁରୁଣା ସରକାର କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । 2026 ସୁଦ୍ଧା ଶତ ପ୍ରତିଶତ ପିଇବା ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମନରେଗା ଯୋଜନା ରେ ମିଛ ଶ୍ରମିକଙ୍କ ନା ଖାତା ରେ ଗଡ଼ାଇ କିପରି ମେସିନରେ କାମ ନ କରେଇବାକୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିଭଳି ପୂର୍ବ ସରକାରରେ ହୋଇଥିବା ପକ୍କା ଘର ଦୁର୍ନୀତି କଥା ଉଠାଇବା ସହ ଏ ଦିଗରେ ଭିଜଲାନ୍ସକୁ ଖୋଲା ଛଡା ଯାଇଥିବା କହି ସତର୍କ କରାଇ ଦେଇଛନ୍ତି ମୋହନ ଚରଣ ମାଝୀ ।

ବିଡ଼ିଓ ଓ ସିଡିଓଙ୍କ ଦୁଇ ଦିନିଆ ସମ୍ମିଳନୀ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଶାସନସଚିବ, ପଂଚାୟତିରାଜ ମନ୍ତ୍ରୀ ଓ ପଞ୍ଚାୟତି ରାଜ ସଚିବ ଉପସ୍ଥିତ ଥିଲେ.. ତେବେ ଆମ ଗାଁ ଆମ ବିକାଶ ଦିଗରେ ଫୋକସ୍ କରି କାମ କରିବାକୁ ମନ୍ତ୍ରୀ ଟିପ୍ସ ଦେଇଥିବା ବେଳେ ମିଟିଙ୍ଗ କମ କରି ଲୋକ ଙ୍କ ପାଖକୁ ଯିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister's strong warning to CDO and BDO | Argus News