Videos
|
Odisha

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓଡିଶାବାସୀଙ୍କ ପାଇଁ ବଡ଼ ସନ୍ଦେଶ 

Smruti Parija
Browse all articles by Smruti Parija
·2 years ago·1 min read
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓଡିଶାବାସୀଙ୍କ ପାଇଁ ବଡ଼ ସନ୍ଦେଶ 

ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓଡିଶା ଗସ୍ତ ଓଡିଶାବାସୀଙ୍କ ପାଇଁ ବଡ଼ ସନ୍ଦେଶ । ଓଡିଶାରେ ସୁଶାସନର ଦିନ ଆସୁଥିବାର ପୂର୍ବ ସୂଚନା । ପ୍ରଧାନମନ୍ତ୍ରୀଙ୍କ ପରେ ଆଗକୁ ଆହୁରି ଅନେକ କେନ୍ଦ୍ରୀୟ ନେତା ଓଡିଶା ଆସୁଛନ୍ତି । କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡିଶା ଗସ୍ତ ପରେ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।  
ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରମୁଖ ଓଡିଶା ଗସ୍ତରେ ଆସିସାରିଛନ୍ତି । ତେବେ ଆଗକୁ ମଧ୍ୟ ଆହୁରି ଅନେକ ବଡ ବଡ ନେତା ଓଡିଶା ଆସିବେ । ଯାହାର ପୂର୍ବ ସୂଚନା ଦେଇଛନ୍ତି ଗୋଲକମହାପାତ୍ର । 

୮ ତାରିଖ - 

() ଆସନ୍ତାକାଲି ରାଜନାଥ ସିଂ ରାୟଗଡ଼ା ଏବଂ ନବରଙ୍ଗପୁର ଗସ୍ତ କରିବେ
() ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ କୋରାପୁଟର ତିନୋଟି ସ୍ଥାନରେ ସଭା କରିବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୯ ତାରିଖ - 

() କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡ଼କରି ପୁରୀର କୃଷ୍ଣପ୍ରସାଦରେ ବିରାଟ ସମାବେଶ କରିବେ
() ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁରର ତିନୋଟି ସ୍ଥାନରେ ସଭା କରିବେ
() ଆସାମର ମୁଖ୍ୟମନ୍ତ୍ରୀ ମାଲକାନଗିରି, ଚିତ୍ରକୁଣ୍ଡା ଏବଂ ଖଲ୍ଲିକୋଟ ଗସ୍ତ କରିବେ

Prime Minister's visit to Odisha is a big message for the people of Odisha | Argus News