Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ୍‌ ସାଇଣ୍ଟିଫିକ୍ ଅଫିସର , ୭ଟି ଠିକଣାରେ ଚାଲିଛି ଚଢାଉ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ୍‌ ସାଇଣ୍ଟିଫିକ୍ ଅଫିସର , ୭ଟି ଠିକଣାରେ ଚାଲିଛି ଚଢାଉ

Key Points

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ୍‌ ସାଇଣ୍ଟିଫିକ୍ ଅଫିସର
ସମ୍ବଲପୁର ସ୍ଥିତ ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବୋରେଟୋରୀର ଅଫିସର ଫସିଲେ
ପ୍ରିନ୍ସିପାଲ୍‌ ସାଇଣ୍ଟଫିକ୍‌ ଅଫିସର ଦେବାଶିଷଙ୍କ ପଣ୍ଡାଙ୍କ ୭ଟି ଠିକଣାରେ ରେଡ୍

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ୍‌ ସାଇଣ୍ଟିଫିକ୍ ଅଫିସର । ସମ୍ବଲପୁର ଷ୍ଟେଟ ଡ୍ରଗ୍ସ ଟେଷ୍ଟିଂ ଲାବ୍ରୋଟୋରୀର ପ୍ରିନ୍ସିପାଲ୍ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ରେଡ୍ ।.. ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ଵର, ସମ୍ବଲପୁର, ବ୍ରହ୍ମପୁର ସମେତ ୭ଟି ଠିକଣାରେ ଚଢ଼ାଉ ଚାଲିଛି । ନୟାପଲ୍ଲୀ ବେହେରା ସାହି ମେଟ୍ରୋ ସିଟିରେ ଥିବା ଫ୍ଲାଟ୍, ନୟାପଲ୍ଲୀ ମେଟ୍ରୋ ସିଟିରେ ଥିବା ଫ୍ଲାଟ୍, ଭୁବନେଶ୍ୱର ଏସପ୍ଲାନେଡ଼ରେ ଥିବା ଜାଗା, ଭୁବନେଶ୍ୱର ବଳଭଦ୍ରପୁରରେ ଫ୍ଲାଟ୍, ସମ୍ବଲପୁରରେ ଭଡା ଘର, ବ୍ରହ୍ମପୁରରେ ପୈତୃକ ଘର ସମେତ ସମ୍ବଲପୁର ଅଫିସରେ ରେଡ୍ କରିଛି ଭିଜିଲାନ୍ସ । ରେଡରେ ସାମିଲ ୪ ଜଣ ଡ଼ିଏସପି, ୧୦ ଜଣ ଇନ୍ସପେକ୍ଟର, ୪ ଜଣ ଏଏସଆଇ ।

କିଛିଦିନ ତଳେ ଭିଜିଲାନ୍ସ ପଞ୍ଝାରେ ଫଶିଥିଲେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା । ତାଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର, ବାରିପଦା ଏବଂ ବୌଦ୍ଧରେ ହୋଇଥିଲା ରେଡ୍ ।

ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ MVI ଗୋଲାପ ଚନ୍ଦ୍ର ହାଁସଦା । ଘର ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱର, ବାରିପଦା ଏବଂ ବୌଦ୍ଧରେ ରେଡ ଚାଲିଛି। ବାରିପଦା ପ୍ରଫୁଲ ନଗରରେ ପୈତୃକ ଘର, ବୌଦ୍ଧରେ ଭଡା ଘର, ବୌଦ୍ଧ RTOରେ ଅଫିସ ଚାମ୍ବର, ମୟୁରଭଞ୍ଜରେ ପୈତୃକ ଘର, ପାଣ୍ଡରାରେ ଝିଅର ଭଡ଼ା ଘର ଏବଂ ବାରିପଦାରେ ସହଯୋଗୀଙ୍କ ଘରେ ହୋଇଥିଲା ରେଡ୍ । ଚଢାଉରେ ସାମିଲ ଥିଲେ ୪ଜଣ DSP, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Principal Scientific Officer in the vigilance net, raids underway at 7 addresses | Argus News