Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jail Superintendent / ସୁପରିଟେଣ୍ଡେଣ୍ଟ ଓ ଜେଲ୍ କର୍ମଚାରୀଙ୍କୁ ପିଟିଲେ କଏଦୀ

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·1 min read
ସୁପରିଟେଣ୍ଡେଣ୍ଟ ଓ ଜେଲ୍ କର୍ମଚାରୀଙ୍କୁ ପିଟିଲେ କଏଦୀ

Key Points

ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନୟାଗଡ଼ ଜିଲ୍ଲା କାରାଗାରରେ ଗୋଷ୍ଠୀ ସଂଘର୍ଷ । ସୁପରିଟେଣ୍ଡେଣ୍ଟ ଓ ଜେଲ୍ କର୍ମଚାରୀଙ୍କୁ କଏଦୀଙ୍କ ଆକ୍ରମଣ । ୪ ଜଣ ୱାର୍ଡରଙ୍କ ସମେତ ଜେଲ୍ ସୁପରିଟେଣ୍ଡେଣ୍ଟ ଆହତ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଖୁଣ୍ଟୁବନ୍ଧସ୍ଥିତ ନୟାଗଡ଼ ଜିଲ୍ଲା ଜେଲରେ ଏଭଳି ଘଟଣା ଘଟିଛି । ସେପଟେ ଜେଲ୍ ପରିସରରେ କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷରେ ଏକାଧିକ କଏଦୀ ଆହତ ହୋଇଛନ୍ତି । ଏନେଇ ଜେଲ ସୁପରିଟେଣ୍ଡେଣ୍ଟ ବାବୁଲି ବାରିକ ନୟାଗଡ଼ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସେପଟେ ଜେଲ ସୁରକ୍ଷା ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଜେଲରେ ପୂର୍ବରୁ କ୍ରମାଗତ ଭାବରେ ବିଶୃଙ୍ଖଳା ହୋଇଆସୁଥିଲା । ନିକଟରେ ୩ ରୁ ୪ ଟି ଘଟଣା ଘଟିଛି । ଦୃଢ଼ ଭାବରେ କିଭଳି ମୁକାବିଲା କରାଯିବ ତାହା କରାଯାଉଛି । ଏହାର ନିରାକରଣ ପାଇଁ ସରକାର ଶତ ପ୍ରତିଶତ ପଦକ୍ଷେପ ନେଉଛନ୍ତି । ଜେଲ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି । ଏପରି ଘଟଣା ଯେପରି ନଘଟିବ ସେନେଇ ପଦକ୍ଷେପ ନିଆଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Jail Superintendent | Prisoner beats up superintendent and jail staff | Argus News