ଆମ୍ବଗଛରେ ଗାମୁଛା ଲଗେଇ ଝୁଲିପଡିଲେ କଏଦୀ
·12 months ago

Key Points
ଜେଲରେ କଏଦୀଙ୍କ ଆତ୍ମହତ୍ୟା
ଜେଲରେ କଏଦୀଙ୍କ ଆତ୍ମହତ୍ୟା । ଚୌଦ୍ୱାର ଜେଲ ପରିସରରେ ଆମ୍ବ ଗଛରେ ଗାମୁଛା ସାହାଯ୍ୟରେ ଝୁଲି ପଡ଼ି ଆତ୍ମହତ୍ୟା କରିଛନ୍ତି କଏଦୀ । ସେ ଏକ ହତ୍ୟା ଘଟଣାରେ ସଜା କାଟୁଥିଲେ । ମୃତ କଏଦୀ ଜଣଙ୍କ ହେଲେ କଟକ ଜିଲ୍ଲା ଟାଙ୍ଗୀ ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଷ୍ଣୁ ପ୍ରସାଦ ସ୍ବାଇଁ । ସେ ତାଙ୍କ ମା'ଙ୍କ ଶୁଦ୍ଧିକ୍ରିୟା ପାଇଁ ଜେଲରୁ ୧୦ଦିନ ପାଇଁ ଘରକୁ ଯାଇ ପୁଣି ୧୧ ତାରିଖରେ ଜେଲକୁ ଫେରିଥିଲେ । ଗତ କାଲି ଅପରାହ୍ନ ୪ଟା ସମୟରେ ଜେଲ ଭିତରେ ଏଭଳି ଘଟଣା ଘଟିଥିଲା। ତେବେ ସେ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: