Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାମଛଡ଼ା ଘରୋଇ ହସ୍ପିଟାଲ: ରୋଗୀଙ୍କ ମୃତ୍ୟୁ ପରେ ଖସି ପଳାଉଛନ୍ତି ହସ୍ପିଟାଲ ମାଲିକ ଓ ଡାକ୍ତର

Rashmita Mishra
Browse all articles by Rashmita Mishra
·1 year ago·2 min read
ଲଗାମଛଡ଼ା ଘରୋଇ ହସ୍ପିଟାଲ: ରୋଗୀଙ୍କ ମୃତ୍ୟୁ ପରେ ଖସି ପଳାଉଛନ୍ତି ହସ୍ପିଟାଲ ମାଲିକ ଓ ଡାକ୍ତର

Key Points

କଟକରେ ଲଗାମଛଡ଼ା ଘରୋଇ ହସ୍ପିଟାଲ
ସବୁ ନୀତି ନିୟମକୁ ଦେଉଛନ୍ତି ଜଳାଞ୍ଜଳି
ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ଖେଳ
ରୋଗୀଙ୍କ ମୃତ୍ୟୁ ପରେ ଖସି ପଳାଉଛନ୍ତି ହସ୍ପିଟାଲ ମାଲିକ ଓ ଡାକ୍ତର

ଢେଙ୍କାନାଳ ଜିଲ୍ଳାର ଅଜିତ କୁମାର ରାଉତଙ୍କ ପରିବାର ଲୋକେ । ଅଜିତଙ୍କ ମୁଖ ଗହ୍ଵରେ କର୍କଟ ହେବାରୁ ଅସ୍ତ୍ରୋପଚାର ପାଇଁ ଆଚାର୍ଯ୍ୟ ହରିହର ହସ୍ପିଟାଲରୁ ଯୋବ୍ରାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠି ଜିଭ ଅସ୍ତ୍ରୋପଚାର ପରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣି ମାଲଗୋଦାମ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ ।

ସେହିପରି ଢେଙ୍କାନାଳର ସୁଜାତା ନାୟକଙ୍କ ସାନ ପୁଅକୁ ହାର୍ଣ୍ଣିଆ ହେବାରୁ ସେ ତାକୁ କଟକ ଶିଶୁ ଭବନରେ ଭର୍ତ୍ତି କରିଥିଲେ । ହେଲେ ଶିଶୁ ଭବନରେ ଅସ୍ତ୍ରୋପଚାର ପାଇଁ କିଛି ସୁବିଧା ନାହିଁ ବୋଲି କହି ଡାକ୍ତର ତାଙ୍କୁ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଘରୋଇ ହସ୍ପିଟାଲ ପଠାଇ ଥିଲେ। ହେଲେ ସେଠାରେ ଅସ୍ତ୍ରୋପଚାର ପରେ ପିଲାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ କିଛି ଦିନ ପୂର୍ବରୁ ରାଣୀହାଟରେ ଥିବା ଜନନୀ ହସ୍ପିଟାଲରେ ମାହାଙ୍ଗା ଅଞ୍ଚଳର ଦିପ୍ତିମୟୀ ବାରିକ ନାମକ ମହିଳା ଗର୍ଭପାତ ଅସ୍ତ୍ରୋପଚାର ପାଇଁ ଆସିଥିଲେ। ହେଲେ ସେଠି ଡାକ୍ତର ତାଙ୍କର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରି ମଳଦ୍ୱାର ନଳୀ କାଟି ଦେଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ଅନ୍ୟପଟେ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବେ ଆକ୍ସନ ମୋଡକୁ ଆସିଛି କଟକ ଜିଲ୍ଳା ପ୍ରଶାସନ। କଟକ ସହରରେ ଥିବା ବିଭିନ୍ନ ଘରୋଇ ହସ୍ପିଟାଲର ହେବ ସାମୁହିକ ଯାଞ୍ଚ । କଟକ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଟିମ ଗଠନ କରାଯାଇଛି। ଏହି ଟିମ୍ କଟକରେ ଥିବା ସବୁ ଘରୋଇ ହସ୍ପିଟାଲର କାଗଜପତ୍ର, ଲାଇସେନ୍ସ, ପ୍ରମାଣପତ୍ର ଆଦି ଯାଞ୍ଚ କରିବେ। ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ସହ ହସ୍ପିଟାଲ ସିଲ୍ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କଟକ ଜିଲ୍ଲାପାଳ ।

କଟକ ସହରାଞ୍ଚଳରେ ବର୍ତ୍ତମାନ ୫୦୦ ରୁ ଅଧିକ ପଞ୍ଜୀକୃତ ହସ୍ପିଟାଲ ଓ ନର୍ସିଂହୋମ ରହିଛି । ପଞ୍ଜୀକୃତ ଓ ଅଣପଞ୍ଜୀକୃତ ସମସ୍ତ ହସ୍ପିଟାଲ ଓ ନର୍ସିଂହୋମର ଯାଞ୍ଚ କରିବା ପାଇଁ ଏବେ ଅଣ୍ଟା ଭିଡ଼ିଛି କଟକ ଜିଲ୍ଲା ପ୍ରଶାସନ। ଦେଖିବାକୁ ବାକି ରହିଲା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
private-hospital-in-chaos-hospital-owner-and-doctor-flee-after-patient-death | Argus News