ପୁରୀରେ ରୋଗୀ ମୃତ୍ୟୁ ଘଟଣା; ସିଲ୍ ହେଲା ମେଡିକାଲ

Key Points
ରୋଗୀ ମୃତ୍ୟୁ ଘଟଣାରେ ଆଜିଠାରୁ ସିଲ୍ ହେଲା ଘରୋଇ ହସପିଟାଲ
ଟାୟାର୍ ଜାଳି ରାସ୍ତାରୋକ
ରୋଗୀ ମୃତ୍ୟୁ ଯୋଗୁଁ ପ୍ରବଳ ଉତ୍ତେଜନା
ପୁରୀର ଏକ ଘରୋଇ ମେଡିକାଲରେ ରୋଗୀ ମୃତ୍ୟୁ ଘଟଣାରେ ଆଜିଠାରୁ ସିଲ୍ ହେଲା ଘରୋଇ ସାମାଶ୍ରୀ ହସପିଟାଲ। ଅଗ୍ନି ନିରାପତ୍ତା ଓ ଅନ୍ୟାନ୍ୟ କ୍ରାଇଟେରିଆ ବ୍ୟତିକ୍ରମ କରିବାରୁ ସିଲ୍ ହେଲା ସାମାଶ୍ରୀ ହସପିଟାଲ । ପୁରୀ ସାଂସଦଙ୍କ ହସ୍ତକ୍ଷେପ ଫଳରେ ରାସ୍ତାରୋକରୁ ଓହରିଲେ ମୃତକଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ସହ ସ୍ଥାନୀୟ ବାସିନ୍ଦା । ପୋଲିସ ଡିଜି,ଜିଲ୍ଲାପାଳ, ଏସପି ମଧ୍ୟ ମୃତକଙ୍କ ସ୍ୱାମୀଙ୍କ ସହ କଲେ ଆଲୋଚନା । କମିଟି ତଦନ୍ତ କରି ରିପୋର୍ଟ ଦେଲେ ହେବ ଆକ୍ସନ।
ଅନୁକମ୍ପାମୂଳକ ସହାୟତା ରାଶି ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯିବ ବୋଲି ପ୍ରତିକ୍ରିୟା ରଖିଲେ ପୁରୀ ଜିଲ୍ଲାପାଳ ସିଧାର୍ଥ ସ୍ୱାଇଁ। ଗତକାଲି ଚିକିତ୍ସା ଅବହେଳା ଯୋଗୁଁ ଚାରିନଳାର ୩୧ ବର୍ଷୀୟା ପୂଜାରାଣୀ ଦଳେଇ ଘରୋଇ ସାମାଶ୍ରୀ ହସପିଟାଲରେ ମୃତ୍ୟୁବରଣ କରିଥିଲେ। ଏଥିପାଇଁ ମୃତକଙ୍କ ପରିବାର ଲୋକେ ଘରୋଇ ମେଡିକାଲର ଅବହେଳା ଯୋଗୁଁ ଏହା ହୋଇଛି ବୋଲି କହିଥିବା ବେଳେ ଟାୟାର୍ ଜାଳି ରାସ୍ତାରୋକ ମଧ୍ୟ ହୋଇଥିଲା।
📱 Get Argus News App
✨ମୃତକଙ୍କ ସ୍ୱାମୀ ରବୀନ୍ଦ୍ର ସ୍ୱାଇଁ ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ ହୋଇଥିବା ବେଳେ ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ତାଙ୍କ ଧର୍ମପତ୍ନୀ ମୃତ୍ୟୁବରଣ କରିଥିବା କହିଥିଲେ। ସେପଟେ ଚିକିତ୍ସା ଅଵହେଳାରୁ ରୋଗୀ ମୃତ୍ୟୁ ଯୋଗୁଁ ପ୍ରବଳ ଉତ୍ତେଜନା ଦେଖାଯିବା ସହ ଡାକ୍ତର ଓ କର୍ତ୍ତୃପକ୍ଷଙ୍କ ଉପରେ ଆକ୍ରମଣ ସମୟରେ ସ୍ଥାନୀୟବାସିନ୍ଦା ମାନେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ।