Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଖାଲିପଡ଼ିଥିବା ପ୍ରଫେସର ଓ କର୍ମଚାରୀ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Odisha

ଖାଲିପଡ଼ିଥିବା ପ୍ରଫେସର ଓ କର୍ମଚାରୀ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Rashmita Mishra
Browse all articles by Rashmita Mishra
·1 year ago·2 min read
ଖାଲିପଡ଼ିଥିବା ପ୍ରଫେସର ଓ କର୍ମଚାରୀ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା

Key Points

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୪ କାର୍ଯ୍ୟକାରୀ ପରେ ସରକରଙ୍କ ତତ୍ପରତା
ପୂର୍ବ ସରକାରଙ୍କ ଆଇନରେ ସଂଶୋଧନ ପରେ ବିଶ୍ବବିଦ୍ୟାଳୟକୁ ଫେରିଲା ସ୍ବାୟତତ୍ତା
ଖାଲିପଡ଼ିଥିବା ପ୍ରଫେସର ଓ କର୍ମଚାରୀ ପଦବୀ ପୂରଣ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
କୁଳପତି ଓ ରେଜିଷ୍ଟ୍ରାରମାନଙ୍କ କର୍ମଶାଳାରେ ଉଚ୍ଚଶିକ୍ଷାମନ୍ତ୍ରୀ କଲେ ବିସ୍ତୃତ ଆଲୋଚନା
ନୂଆ ଆଇନ ଅନୁଯାୟୀ ଶିକ୍ଷାବିତଙ୍କ ଅଧିନରେ ବିଶ୍ବବିଦ୍ୟାଳୟ ନିଯୁକ୍ତି ଓ ପରିଚାଳନା
ପୂର୍ବ ଆଇନରେ କୁଳପତି ଓ ପ୍ରଫେସର ନିଯୁକ୍ତିରେ ଅଫିସରଙ୍କୁ ଦିଆଯାଇଥିଲା କ୍ଷମତା

ଖୁବଶୀଘ୍ର ପୂରଣ ହେବ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ। ଏନେଇ ରାଜ୍ୟ ସରକାର ଦେଖାଇଛନ୍ତି ତତ୍ପରତା। ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୪ର ସଫଳ କାର୍ଯ୍ୟକାରୀତା ନେଇ ଅନୁଷ୍ଠିତ ହୋଇଛି ଏକ କର୍ମଶାଳା। ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟଜିତ ଏହି କର୍ମଶାଳାରେ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର ଓ ଉଚ୍ଚଶିକ୍ଷା ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ।

ରାଜ୍ୟରେ ଖାଲି ପଡ଼ିଥିବା ପ୍ରାୟ ୧୩୫୩ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପୂରଣ ପାଇଁ ତ୍ବରିତ ପ୍ରକ୍ରିୟା ଆରମ୍ଭ ଲାଗି ହୋଇଛି ନିଷ୍ପତି। ଏଥିସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲିଥିବା ୨୦୦୦ରୁ ଅଧିକ ନନ୍ ଟିଚିଂ ଷ୍ଟାଫଙ୍କୁ SSB ମଧ୍ୟମରେ ନିଯୁକ୍ତି ପାଇଁ କୁଳପତିମାନଙ୍କୁ ରିକ୍ୟୁଜିସନ୍ ମାଗିଛି ଉଚ୍ଚ ଶିକ୍ଷା ବିଭାଗ ।

ବିଶ୍ବ ବିଦ୍ୟାଳୟ ସଂଶୋଧନ ଅଧିନିୟମ ସମ୍ପର୍କରେ କୁଳପତିମାନଙ୍କ ଦ୍ଵନ୍ଦ ଦୂର ସହ ଏନସିସିର ଏନରୋଲମେଣ୍ଟ , ୟୁନିଭରସିଟିରେ ନୁଆ କରି ସଂଯୋଗ ହୋଇଥିବା ବିଲଡିଂ କମିଟି, ଫାଇନାନ୍ସ କମିଟିର କାର୍ଯ୍ୟ କାରିତା ଓ CAG ଅଡିଟ୍ ର କାର୍ଯ୍ୟକାରିତା ଓ ସିନେଟ୍ ଗଠନ ଉପରେ ହୋଇଛି ବିସ୍ତୃତ ଆଲୋଚନା। ଜାତୀୟ ଶିକ୍ଷା ନୀତିକୁ କିପରି ବିଶ୍ବବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ କରାଯିବ ତା ଉପରେ ଯୋର ଦେଇଛନ୍ତି ରାଜ୍ୟ ସରକାର।

ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କର ନିଯୁକ୍ତି ପାଇଁ ବିଭିନ୍ନ ଘରୋଇ କମ୍ପାନୀ ଓ ରାଷ୍ଟ୍ରାୟତ ଉଦ୍ୟୋଗ ସହ ଏମଓୟୁ କରିଛି ଉଚ୍ଚଶିକ୍ଷା ବିଭାଗ। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ, BUPT କୋଲକତା, BSI, BAJAJ ଫିନସର୍ଭ ଭଳି ଅନେକ ସଂସ୍ଥା ସହ ହୋଇଛି ଚୁକ୍ତି। କେବଳ ବାଜାଜ ଫିନସର୍ଭ ୫୦୦୦ ନିଯୁକ୍ତି ଦେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ। ଏଥିସହ ୨୦୨୫-୨୬ ମସିହାରେ UPSC ଲାଗି ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ରାଜ୍ୟ ସରକାର ସୁଯୋଗ ଦେବେ ବୋଲି କହିଛନ୍ତି ମନ୍ତ୍ରୀ।

ପୂର୍ବ ବିଜେଡି ସରକାର ୨୦୨୦ରେ ଆଣିଥିବା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନରେ ବିଶ୍ବବିଦ୍ୟାଳୟଗୁଡ଼ିକ ହାତରୁ ସ୍ବାୟତତ୍ତା ଛଡ଼ାଇ ନିଆଯାଇଥିଲା। ପ୍ରଫେସର ନିଯୁକ୍ତି ଦାୟିତ୍ବ ବିଶ୍ବବିଦ୍ୟାଳୟଠାରୁ ନେଇ ଓପିଏସସି ହାତରେ ଟେକିଦିଆଯାଇଥିଲା। ସେହିପରି କୁଳପତି ଚୟନ ପ୍ରକ୍ରିୟାରେ ଅଫିସରଙ୍କୁ କରାଯାଇଥିଲା ସର୍ବେସର୍ବା। ଏପରିକି ପୁରାତନ ଆଇନ ଅଧିନରେ କୁଲପତି ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଦେବାକୁ ପଡୁଥିଲା।

କୁଳପତିମାନଙ୍କୁ ନେଇ ଗଠିତ କମିଟି ଓ ଶିକ୍ଷାବିତ ମାନଙ୍କୁ ନେ଼ଇ ଗଠିତ କମିଟିଙ୍କଠୁ ପରାମର୍ଶ ନେବ ରାଜ୍ୟ ସରକାର।। ଯାହା ଦ୍ଵାରା ଉଚ୍ଚ ଶିକ୍ଷା ବିଭାଗରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବା ସହ ବିଶ୍ଵ ବିଦ୍ୟାଳୟ ସଂଶୋଧନ ଅଧିନିୟମ ଆଇନର କାର୍ଯ୍ୟକାରିତା କ୍ଷେତ୍ରରେ ଉଚ୍ଚ ଶିକ୍ଷା ବିଭାଗକୁ ବଡ ସଫଳତା ମିଲବ ବୋଲି ଆଶା କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
process-begins-to-fill-vacant-professor-and-staff-positions | Argus News