Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Professional Tax / ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲରୁ କଟିବ ନାହିଁ ପ୍ରଫେସନାଲ ଟ୍ୟାକ୍ସ

Rashmita Mishra
Browse all articles by Rashmita Mishra
·2 months ago·2 min read
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲରୁ କଟିବ ନାହିଁ ପ୍ରଫେସନାଲ ଟ୍ୟାକ୍ସ
Professional Tax

Key Points

କର୍ମଜୀବୀଙ୍କ ପାଇଁ ବଡ଼ ଘୋଷଣା...
ବୃତ୍ତି କର ବା ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ କଲେ ରାଜ୍ୟ ସରକାର । 
ଚଳିତ ମାସରୁ ଆଉ ଦେବାକୁ ପଡ଼ିବନି ବୃତ୍ତି କର । 
ଅର୍ଥ ବିଭାଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ । 
ସମସ୍ତ ବିଭାଗକୁ ଅର୍ଥ ବିଭାଗ ପକ୍ଷରୁ ଚିଠି । 

କର୍ମଜୀବୀଙ୍କ ପାଇଁ ବଡ଼ ଘୋଷଣା... ବୃତ୍ତି କର ବା ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦ କଲେ ରାଜ୍ୟ ସରକାର । ଚଳିତ ମାସରୁ କର୍ମଚାରୀମାନଙ୍କଠାରୁ ଆଉ ବୃତ୍ତି କର ସଂଗ୍ରହ କରାଯିବ ନାହିଁ । ଏନେଇ ଅର୍ଥ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ କର୍ମଚାରୀମାନଙ୍କ ଦରମାରୁ ବୃତ୍ତି କର ନ କାଟିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ପତ୍ର ଲେଖି କୁହାଯାଇଛି ।

ସୂଚନାନୁଯାୟୀ ଏପ୍ରିଲ ୨୦୨୬ରୁ ଓଡ଼ିଶା ପ୍ରଫେସନାଲ ଟ୍ୟାକ୍ସ ବନ୍ଦ ନେଇ ନିର୍ଦ୍ଦେଶ । ରାଜ୍ୟ ବୃତ୍ତି, ବାଣିଜ୍ୟ, ଆହ୍ୱାନ ଏବଂ ନିଯୁକ୍ତି ଅଧ୍ୟାଦେଶ ୨୦୨୬ ଅନୁଯାୟୀ ବୃତ୍ତି, ବାଣିଜ୍ୟ, ଆହ୍ୱାନ ଏବଂ ନିଯୁକ୍ତି ଉପରେ ଓଡ଼ିଶା ରାଜ୍ୟ ଟିକସ ଆଇନ ୨୦୦୦କୁ ପ୍ରତ୍ୟାହାର କରାଯାଇଛି । ଏପ୍ରିଲ ୧ ତାରିଖ ୨୦୨୬ରୁ ଏହା ପ୍ରତ୍ୟାହାର କରାଯାଇଛି ।
ସମସ୍ତ ଘରୋଇ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଚଳିତ ମାସ ୧ତାରିଖରୁ ଏହି ନିୟମ ଲାଗୁ ହେବ । ଚଳିତ ଆର୍ଥିକ ବର୍ଷରୁ ବୃତ୍ତି କର ବନ୍ଦ ହେବା ନେଇ ଗତ ବଜେଟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଘୋଷଣା କରି କହିଥିଲେ । ଲୋକଙ୍କ ପକ୍ଷରୁ ବୃତ୍ତି କର ଉଚ୍ଛେଦ ପାଇଁ ପ୍ରସ୍ତାବ ଆସିଥିଲା ।

କର୍ମଜୀବୀମାନେ ସରକାରଙ୍କୁ ଆୟକର ଦେଉଥିବା ବେଳେ ବୃତ୍ତିଗତ କର ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉ ଥିଲା । ତେଣୁ ଏହାକୁ ବିଚାର କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବୃତ୍ତି କର ସଂଗ୍ରହ ନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଫଳରେ ରାଜ୍ୟ ରାଜକୋଷ ଉପରେ ବାର୍ଷିକ ୩୨୦ କୋଟି ଟଙ୍କାର କ୍ଷତି ପଡ଼ିବ । ସରକାରୀ ଓ ବେସରକାରୀ ବେତନଭୋଗୀ, ବ୍ୟବସାୟୀ, ଡାକ୍ତର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ପୋଷ୍ଟାଲ/ବୀମା ଏଜେଣ୍ଟ, ବ୍ରୋକର, ଆର୍କିଟେକ୍ଟ, ମ୍ୟାନେଜମେଣ୍ଟ କନସଲଟାଣ୍ଟଙ୍କ ଭଳି ବୃତ୍ତିଧାରୀଙ୍କଠାରୁ ସରକାର ଏହି କର ଆଦାୟ କରିଥାନ୍ତି ।

ସାଧାରଣତଃ ଦରମା ହାର ଅନୁସାରେ ବାର୍ଷିକ ସର୍ବନିମ୍ନ ୨୫୦୦ ଟଙ୍କା ବୃତ୍ତିଗତ କର ଭାବେ ଆଦାୟ କରାଯାଏ । ବେତନଭୋଗୀଙ୍କଠାରୁ ଏହା ମାସିକ ଭାବେ ସଂଗ୍ରହ କରାଯାଏ । ବ୍ୟବସାୟୀମାନେ ସିଧାସଳଖ ଟିକସ ପୈଠ କରିଥାନ୍ତି । ମନ୍ତ୍ରୀ, ସାଂସଦ, ବିଧାୟକମାନେ ମଧ୍ୟ ଏହି ଟିକସ ଦେଇଥାନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Professional Tax | Odisha Government Abolishes Professional Tax from April | Argus News