Videos
|
Odisha

ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ହୋଇଛି, ଶୋଷ ମେଣ୍ଟାଉଛି କୂଅ ପାଣି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ ହୋଇଛି, ଶୋଷ ମେଣ୍ଟାଉଛି କୂଅ ପାଣି

ପାଣି ଆଶାକୁ ଉପହାସ କରୁଛି ଗାଁ ଦାଣ୍ଡରେ ଥିବା ପ୍ରକଳ୍ପ । କାରଣ ଲକ୍ଷଲକ୍ଷ ଟଙ୍କାର ପ୍ରକଳ୍ପ ଆସୁନି ଲୋକଙ୍କ କାମରେ। ଆଜିବି ଶୋଷ ମେଣ୍ଟାଉଛି ଗାଁ ଶେଷରେ ଥିବା ଖୋଲା କୂଅ। ଏ ଚିତ୍ର ହେଉଛି ମୟୂରଭଞ୍ଜ ଲୁହାସିଳା ଗ୍ରାମପଞ୍ଚାୟତର କାକୁଡ଼ିରୁମା ଗାଁର। ଗାଁରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇ ପାଇପ ଲାଇନ୍ ବିଛା ସରିଛି, ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇଛି। ମାତ୍ର ୫ ବର୍ଷ ବିତିଯାଇଥିଲେ ଶୁଦ୍ଧା କାର୍ଯ୍ୟକ୍ଷମ ହୋଇ ପାରିଲାନି ପ୍ରକଳ୍ପ । ଫଳରେ ପାନୀୟଜଳ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ଜଳ ଯୋଗାଣ ପାଇଁ ଗାଁରେ ୫ ଟି ନଳକୂପ ଅଛି ମାତ୍ର ସେଥିରୁ ଦୁଇଟି ଅଚଳ। ଆଉ ତିନୋଟି ନଳକୂପରୁ ବାହାରୁଥିବା ପାଣି ସାହିବାସୀଙ୍କ ପାଇଁ ନିଅଣ୍ଟ l ପ୍ରଶାସନ ପକ୍ଷରୁ ଟ୍ୟାଙ୍କ ଯୋଗେ ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଇ ପାରୁନି। ଫଳରେ ବିଲ ପାର୍ଶ୍ବରେ ଥିବା କୂଅର ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି ଅଞ୍ଚଳାବସୀ।ଡିଜିଟାଲ ଜୁଗରେବି ନେଟୱର୍କ ପାଇଁ ସଂଘର୍ସ କରୁଛନ୍ତି କାକୁଡ଼ିରୁମାର ଲୋକେ । କାରଣ ଗାଁରେ ଟାୱାର ସିନା ଲାଗିଛି ହେଲେ ଆସୁନି ନେଟୱର୍କ ଫଳରେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି କାକୁଡ଼ିରୁମାବାସୀ।

ବର୍ଷ ବର୍ଷ ଧରି ସରକାରୀ ସୁବିଧାକୁ ଚାହିଁ ବସିଥିଲେ ହେଲେ ସୁବିଧା ନାଁରେ ପ୍ରତାରଣା ଦେଲେ ପୂର୍ବସରକାର ।ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ପୁଣିଥରେ ବିକାଶର ସ୍ବପ୍ନ ଦେଖୁଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
projects-worth-lakhs-of-rupees-have-been-completed-well-water-is-quenching-the-thirst | Argus News